Latest Odisha News

BREAKING NEWS

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି ପରଖିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି କେମିତି ରହିଛି ? କିଭଳି ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଦୁଇଟି ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା କରିଛନ୍ତି ।
ମୁଖ୍ୟ ସଚିବ କହିଛନ୍ତି, ନବରଙ୍ଗପୁର ଜିଲ୍ଲାରେ ପଜିଟିଭ୍ ହାର ୧୩ ପ୍ରତିଶତକୁ ହ୍ରାସ ପାଇଛି । ଖୁବଶୀଘ୍ର ଜିଲ୍ଲାରେ ଜଞ-ଚଉଜ ମେସିନ୍ କାର୍ୟ୍ୟକ୍ଷମ ହେବ । ତିନି ମାସ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏହି ଅସବରରେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଆଇସିୟୁ ସହ ପ୍ରତିଷ୍ଠା ହେବାକୁ ଥିବା ୨୦୦ ବେଡର ହସ୍ପିଟାଲ ଓ୍ୱାର୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ସଚିବ କହିଛନ୍ତି, ରାଜ୍ୟରେ ଲକଡାଉନ୍ ଓ ଅନ୍ୟାନ୍ୟ ଏନଫୋର୍ସମେଣ୍ଟ ଯୋଗୁ ପଜିଟିଭ୍ ହାର ହ୍ରାସ ପାଉଛି । ଆଗାମୀ ଦିନରେ ଆହୁରି କମିବ । ନବରଙ୍ଗପୁର ଜିଲ୍ଲାରେ ପଜିଟିଭିଟି ରେଟ୍ ୨୦ରୁ ୧୩ପ୍ରତିଶତକୁ ଖସିଛି । କୋଭିଡ୍ ସ୍ଥିତି ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହ ବି ଆଲୋଚନା କରିଥିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।

Leave A Reply

Your email address will not be published.