Latest Odisha News

BREAKING NEWS

ଭାରତ ଆସିଲେ ମେହୁଲ ଚୋକସିଙ୍କ ଜୀବନ ପ୍ରତି ବିପଦ ରହିଛି; ପତ୍ନୀ ପ୍ରୀତି ଚୋକସି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ପଳାତକ ମେହୁଲ ଚୋକସିଙ୍କ ପତ୍ନୀ ପ୍ରୀତି ଚୋକସି କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଆଣ୍ଟିଗୁଆରେ ଅପରାଧୀ ଭଳି ବ୍ୟବହାର କରାଯାଉଛି ଏବଂ ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତାଙ୍କ ଜୀବନ ପାଇଁ ବିପଦ ରହିଛି ବୋଲି କହିଛନ୍ତି ପତ୍ନୀ।

ପ୍ରୀତି ତାଙ୍କ ସ୍ୱାମୀଙ୍କ ନିଖୋଜକୁ ଏକ ‘ପଣବନ୍ଦୀ ପରିସ୍ଥିତି’ ବୋଲି କହିଛନ୍ତି ଏବଂ ଆଣ୍ଟିଗୁଆ ସରକାର ନିଜ ନାଗରିକଙ୍କୁ ଫେରାଇ ଆଣିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି।

ଗାଷ୍ଟନ ବ୍ରାଉନି ମେହୁଲଙ୍କୁ ‘କ୍ରୁକ୍’ ବୋଲି କହିବା ପରେ ମୋ ସ୍ବାମୀଙ୍କୁ ଅପରାଧୀ ଭାବରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ପତ୍ନୀ ପ୍ରୀତି। ଏବଂ ଏହା କେଉଁ ଆଧାରରେ କୁହାଯାଉଛି ମୋର କୌଣସି ଧାରଣା ନାହିଁ।

ପତ୍ନୀ ପ୍ରୀତି ବ୍ରାଉନଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ମୋ ସ୍ବାମୀଙ୍କ କୌଣସି ରାଜନୈତିକ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ”

Comments are closed.