Latest Odisha News

BREAKING NEWS

ମମତା ଶରଣଂ ଗଚ୍ଛାମି: ଟିଏମସି ଆସିବାକୁ ୩୩ ବିଜେପି ବିଧାୟକ ଆଗ୍ରହୀ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଦିନ କେହି ନା କେହି ଟିଏମସି ନେତା ପଦ୍ମ ପୋଖରୀରେ ବୁଡ଼ ପକାଉଥିଲେ । ଏବେ ଭୋଟ୍ ସରିବା ପରେ ଚିତ୍ର ବଦଳିଛି । ବିଜେପି ଯାଇଥିବା ନେତାଙ୍କ ମୋହ ଭାଙ୍ଗିଲାଣି । ପୁଣି ଥରେ ଦିଦିଙ୍କ ହାତ ଧରିବାକୁ ମନ ବଳାଇଛନ୍ତି ଟିଏମସି ଛାଡ଼ି ବିଜେପିରେ ମିଶିଥିବା ନେତା । ଚର୍ଚ୍ଚା ହେଉଛି, ବିଜେପିର ୩୩ ଜଣ ବିଧାୟକ ଘର ଓ୍ୱାପସୀ କରିବାକୁ ଚାହୁଁଛନ୍ତି । ପୁଣି ଥରେ ଟିଏମସି ଫେରିବାକୁ ଅପେକ୍ଷା କରିଥିବା ପଲିଟିକାଲ୍ କରିଡରରେ ଚର୍ଚ୍ଚା ହେଉଛି ।

ମୁକୁଳ ରଏ

ଚର୍ଚ୍ଚା ଭିତରେ ସବୁଠୁ ଆଗରେ ଅଛି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଳ ରଏଙ୍କ ନାଁ । ବିଧାନସଭା ରେଜଲ୍ଟ ପରଠୁ ସେ ଚୁପ୍ । ତାଙ୍କ ପୁଅ ଶୁଭ୍ରାଂଶୁ ରଏ ଟିଏମସି ଆସିବାକୁ ଇଚ୍ଛୁକ ଥିବା କୁହାଯାଉଛି । ଚର୍ଚ୍ଚା ହେଉଛି ମୁକୁଳ ରାୟଙ୍କ ମନ ବି ପଦ୍ମ ପୋଖରୀରେ ନାହିଁ । ଦିଦିଙ୍କ ଆଡ଼କୁ ଢ଼ଳିଲେଣି ।

ଦଳ ବଦଳ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ୟ୍ୟ । ଖବରକୁ ମିଛ ବୋଲି କହିଛନ୍ତି । ସେପଟେ ଟିଏମସି ସାଂସଦ ଶୁଖେନ୍ଦୁ ଶେଖ କହିଛନ୍ତି, ଏବେ ଟିଏମସିରେ କାହାକୁ ସାମିଲ ପୂର୍ବରୁ ଶହେ ଥର ଚିନ୍ତା କରାଯିବ । କାହିଁକି ବିଜେପି ଛାଡ଼ିବେ ? ଟିଏମିସକୁ ବାଏ ବାଏ କହିଥିଲେ କାହିଁକି? ଦଳ ବଦଳ ପଛରେ ବିଜେପିର ଚକ୍ରାନ୍ତ ଦିଗକୁ ବି ବିଚାର କରାଯିବ ।ମମତା ବାନାର୍ଜୀ ଓ ସରଳା ମୁର୍ମୁ
ପୂର୍ବରୁ ଟିମସି ଛାଡ଼ି ବିଜେପି ଯାଇଥିବା ସରଲା ମୁର୍ମୁ, ପୂର୍ବତନ ବିଧାୟକ ସୋନାଲୀ ଗୁହା ଓ ଫୁଲବର ମୈଦାନରୁ ରାଜନୀତିରେ ଏଣ୍ଟ୍ରି ମାରିଥିବା ଦୀପେନ୍ଦୁ ବିଶ୍ୱାସ ଖୁଲମଖୁଲ୍ଲା ଟିଏମସି ଫେରିବାକୁ ଇଚ୍ଛା ଜାହିର କରି ସାରିଛନ୍ତି । ସରଲା ମୁର୍ମୁଙ୍କୁ ଟିଏମସି ଟିକେଟ ମିଳିଥିଲା । ତଥାପି ସେ ବିଜେପି ପଳାଇଥିଲେ । ଏଭଳି ସ୍ଥିତିରେ ୩୩ ବିଜେପି ବିଧାୟକଙ୍କ ଘର ଓ୍ୱାପସୀ ଚର୍ଚ୍ଚାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି ।

Leave A Reply

Your email address will not be published.