ଭୁବନେଶ୍ବର : କୋଭିଡ ଯୋଗୁଁ ରାଜ୍ୟରେ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡରେ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ ଯୋଜନାରେ ୬ଟି ଜିଲ୍ଲାରୁ ୧୨ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଛି ।
କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଏବଂ ଭଦ୍ରକ, ରାୟଗଡା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା । କରୋନା ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଅନାଥ ଶିଶୁ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହାୟତା କରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
Comments are closed.