Latest Odisha News

କାର୍ତିକଙ୍କ ସପକ୍ଷରେ ମୁହଁ ଖୋଲିଲେ ଅନୁଭବ ସିହ୍ନା, ଷଡଯନ୍ତ୍ର ରଚାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ପରେ ବଲିଉଡରେ ବଂଶବାଦ ଓ ଗୋଷ୍ଠୀବାଦ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଉଦୀୟମାନ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ଯୋଜନାବଦ୍ଧ ଟାର୍ଗେଟ କରାଯାଉଛି ବୋଲି ନିର୍ଦ୍ଦେଶକ ଅନୁଭବ ସିହ୍ନା କହିଛନ୍ତି । ଦୋସ୍ତାନା-୨, ଫ୍ରେଡି ଏବଂ ଆନନ୍ଦ ଏଲ ରାୟଙ୍କ ଫିଲ୍ମରୁ ତାଙ୍କୁ ହଟାଯିବା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର । କାର୍ତିକ ଘଟଣାରେ ଚୁପ୍ ରହିବାକୁ ସେ ସ୍ୱାଗତ କରିଛନ୍ତି । କାରଣ ଏହାର ପ୍ରକୃତ କାରଣ କେବଳ ସିଏ ଜାଣିଥିବେ ।

BjdElectrycity

ଅନୁଭବଙ୍କ ଟୁଇଟ ପରେ ପ୍ରଶଂସକମାନେ କାର୍ତିକଙ୍କ ସପକ୍ଷରେ ବାହାରିଛନ୍ତି । ଆନନ୍ଦ ଏଲ ରାୟ ତାଙ୍କୁ ନେଇ କୌଣସି ଫିଲ୍ମ ସାଇନ କରି ନ ଥିବା କହିଥିବା ବେଳେ ଏ ପର୍ଯ୍ୟନ୍ତ ଶାହାରୁଖ ଖାଁ ଏବଂ କରନ ଜୋହରଙ୍କ ପ୍ରଡକ୍ସନରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.