Latest Odisha News

BREAKING NEWS

ଗଞ୍ଜାମ: କୂଅ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କାମଗଡ ଗ୍ରାମରେ ରବିବାର ଦିନ ଜଣେ ବୃଦ୍ଧଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି ।

ମୃତକଙ୍କ ନାମ ସୁଭାଷ ନାୟକ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସୁଭାଷ ଗତ ୨ ଦିନ ହେବ ନିଖୋଜ ଥିଲେ । ସ୍ଥାନୀୟ ବାସିନ୍ଦାମାନେ ଏକ କୂଅ ମଧ୍ୟରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ ସେମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୁତ୍ରରୁ ପ୍ରକାଶ ।

ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ସୁଭାଷଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.