Latest Odisha News

BREAKING NEWS

ସମ୍ବଲପୁରରେ ରେଳଧାରଣା ଉପରକୁ ମାଡିଗଲା କଣ୍ଟେନର

ସମ୍ବଲପୁର : ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରବିବାର ଦିନ ଏକ କଣ୍ଟେନର୍ ରେଳ ଧାରଣା ଉପରେ ଚଢ଼ି ଯିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ ଉକ୍ତ କଣ୍ଟେନରଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପାହାଡ଼ରେ ପିଟି ହୋଇ ରେଳ ଧାରଣା ଆଡକୁ ମାଡ଼ି ଆସିଥିଲା। ଏହି ସମୟରେ କୌଣସି ଟ୍ରେନ୍ ଚଳାଚଳ କରୁନଥିବାରୁ ସୌଭାଗ୍ୟବଶତଃ କଣ୍ଟେନରର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଏହାସହ କୌଣସି ଜନଜୀବନ ମଧ୍ୟ କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ମିଳିଛି ।

ତେବେ ଖବର ପାଇ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ କଣ୍ଟେନର ଗାଡିକୁ ହଟାଇବା ଲାଗି ପ୍ରୟାସ ଜାରି ରଖିଥିଲେ । ଆହୁରି ମଧ୍ୟ ଏହା ଯୋଗୁଁ କିଛି ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

Leave A Reply

Your email address will not be published.