Latest Odisha News

BREAKING NEWS

ଭୁବନେଶ୍ବରରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କମିଛି ପଜିଟିଭ୍ ସଂଖ୍ୟା । ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୭୫୩ ଜଣ ନୂଆ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୬୬୨ ଜଣ । ସେହିପରି ଆଜି ସୁସ୍ଥ ହୋଇ ଫେରିଛନ୍ତି ୧୨୭୫ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ପଜିଟିଭ୍ ସଂଖ୍ୟା ୭୯ ହଜାର ୩୨୭ରେ ପହଞ୍ଚିଛି । ଏହାସହ କରୋନା କବଳରୁ ସୁସ୍ଥ ହୋଇ ଫେରିଲେଣି ୬୮ ହଜାର ୮୨୭ ଜଣ । ମହାମାରୀ କରୋନାରେ ଭୁବନେଶ୍ବରରେ ୩୪୮ ଜଣଙ୍କ ଜୀବନ ଯାଇଥିବା ବେଳେ, ୧୦ ହଜାର ୧୩୧ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.