Latest Odisha News

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ କହିଛନ୍ତି ଯେ, ଅଂଶଗ୍ରହଣ କରିଥିବା ଦୁଇଟି ସଂସ୍ଥାର ଆବେଦନକୁ ଗ୍ରହଣ କରାଯାଇଛି । ଏହି ଦୁଇ ଆବେଦନକାରୀ ସଂସ୍ଥାର ମୂଲ୍ୟାଙ୍କନ କରାଯାଉଛି । ସେହିପରି ରାଜ୍ୟ ମେଡିକାଲ ନିଗମର ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରାଇସ୍ ବିଡ୍ ଖୋଲିବ । ଯେଉଁ ଦୁଇ ସଂସ୍ଥା ଆବେଦନ କରିଛନ୍ତି, ତାକୁ ତର୍ଜମା କରାଯିବ । ଅଂଶଗ୍ରହଣକାରୀ ଏହି ଦୁଇ ସଂସ୍ଥା ସଠିକ୍ ସମୟରେ ରାଜ୍ୟକୁ ଟିକା ଦେଇପାରିବେ ନା ନାହିଁ ସେସବୁ ଦଗକୁ ବିଚାର କରାଯାଉଛି । ଏନେଇ ଆସନ୍ତା ୯ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ଡୋଜ୍ କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି ।

Leave A Reply

Your email address will not be published.