Latest Odisha News

BREAKING NEWS

ରାଜେନ୍ଦ୍ର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କଲେ ରାଜ୍ୟ ସରକାର

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ସର୍ବପୂରାତନ ମହାବିଦ୍ୟାଳୟ ରାଜେନ୍ଦ୍ର ସ୍ୱୟଂ ଶାସିତ କଲେଜକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ଏହା ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡ଼ିକ ଏବେ ବିଶ୍ୱବିଦ୍ୟାଳୟ ଭାବେ ଘୋଷିତ ହୋଇଥିବା ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ସହିତ ସହବଦ୍ଧତା ହେବ ।

ଏସମ୍ପର୍କରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଦିନ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସମୟରୁ ହିଁ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗଠନ ହେବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ଷେତ୍ରୀୟ ପରିସରରେ ମଧ୍ୟ ପରିବର୍ତ୍ତନ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମହାବିଦ୍ୟାଳୟ ଭାବେ ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ ମସିହାରେ ସ୍ଥାପିତ ହୋଇଥିଲା । ତେବେ ୧୯୭୮ ମସିହାଠାରୁ ଏହି ମହାବିଦ୍ୟାଳୟରେ ସ୍ନାତୋକତ୍ତର ପାଠ୍ୟକ୍ରମର ଶିକ୍ଷାଦାନ ଆରମ୍ଭ ହୋଇଥିଲା । ଅନେକ ଦିନ ଧରି ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଆସୁଥିଲା ।

Leave A Reply

Your email address will not be published.