Latest Odisha News

BREAKING NEWS

ଚଳିତ ଥର ରଥଯାତ୍ରାର ହେବ ସିଧାପ୍ରସାରଣ

ଭୁବନେଶ୍ୱର: ଚଳିତ ବର୍ଷ ୟୁଟ୍ୟୁବରେ ସିଧାପ୍ରସାରଣ ହେବ ମହାପ୍ରଭୁଙ୍କ ରଥଯାତ୍ରା।

ଏହା ସହ ଦୂରଦର୍ଶନରେ ଲାଇଭ୍ ଟେଲିକାଷ୍ଟ ହେବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଲାଦ୍ରି ବିଜେ ଆଦି ନୀତିର ଲାଇଭ୍ କଭରେଜ୍ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ।

କିଛି ଇଲେକ୍ଟ୍ରୋନିକ୍ସ ମିଡିଆ ଏବଂ ୱେବ୍ ମିଡିଆ ଚ୍ୟାନେଲଗୁଡ଼ିକ ମାଗଣାରେ ଦୂରଦର୍ଶନ ଠାରୁ ସାଧାରଣ ଫିଡ୍ ପାଇପାରିବେ ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.