Latest Odisha News

BREAKING NEWS

କୋରାପୁଟ ଦଣ୍ଡାବାଡିରେ ହ୍ରାସ ପାଉଛି ମାଓ ଗତିବିଧି

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ହ୍ରାସ ପାଉଛି ମାଓ ଗତିବିଧି । ଦଣ୍ଡାବାଡିରେ ଥିବା ବିଏସଏଫ କ୍ୟାମ୍ପ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ସାଜିଥିବା ଦଣ୍ଡାବାଡି ଓ ରାମଗିରି ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓବାଦୀଙ୍କ ଗଡ଼ । ରାମଗିରି ଓ ଦଣ୍ଡାବାଡ଼ିରେ ଦୁଇଟି ବିଏସଏଫ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଏହି ଶକ୍ତି ଧକ୍କା ଲାଗିଛି ।

ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ବ୍ୟାପକ କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ଖାଯାଇଛି । ଗତ ବୁଧବାର ଦିନ ଦଣ୍ଡବାଡିରେ ଥିବା ୧୫୧ ବାଟାଲିୟନର ଯବାନଙ୍କ କମ୍ବିଂ ଅପରେଶନ ବେଳେ ବ୍ୟାପକ ମାରଣାସ୍ତ୍ର । ସର୍ଚ୍ଚ ଅପରେଶନ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । ଜବତ ସାମଗ୍ରୀ ମଧ୍ୟରେ ୩ଟି ଟିଫିନ ବକ୍ସ, ୪୭ଟି ଜିଲେଟିନ ଷ୍ଟିକ୍, ୪୨ଟି ଡିଟୋନେଟର, ତାର ସହ ଅନ୍ୟାନ୍ୟ ସାମଗ୍ରୀ ଥିବା କହିଛନ୍ତି ବିଏସଫ ଅଧିକାରୀ ।

Leave A Reply

Your email address will not be published.