Latest Odisha News

BREAKING NEWS

ଓଡ଼ିଶାରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ପଜିଟିଭ୍ ହାର ୮.୫୫%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଖସୁଛି ପଜିଟିଭିଟି ରେଟ୍ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୨ହଜାର ୫୬୪ଟି ଅଛି । ଏହି ସମୟରେ ୬୮ହଜାର ୬୯୬ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ୮.୫୫%କୁ ହ୍ରାସ ପାଇଛି ।

ଖୋର୍ଦ୍ଧାରେ କାବୁ ପାଉଛି ସଂକ୍ରମଣ । ହଜାରେ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୫୩ ନୂଆ ସଂକ୍ରମିତ ।ଯାଜପୁରରୁ ୪୧୩, ଅନୁଗୋଳରୁ ୩୮୫, ବାଲେଶ୍ୱରରୁ ୩୭୩, କଟକ ୩୪୯, ଢେଙ୍କାନାଳରୁ ୩୦୬ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଭିତରେ ରହିଛି ।

୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୨୫ହଜାର ୧୧୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୭ଲକ୍ଷ ୪୭ହଜାର ୮୦୫ । ଏବେ ୭୪ହଜାର ୧୭୨କୁ ଖସିଛି କରୋନା ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.