Latest Odisha News

BREAKING NEWS

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ ହରାଇଥିଲେ ।

ଆଜି ୧୭ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । କଟକ ଓ କଳାହାଣ୍ଡିରୁ ୫ ଜଣ ଲେଖାଏ ସଂକ୍ରମିତ ଆଖି ବୁଜିଛନ୍ତି । ଅନୁଗୋଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନାରେ ୪ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ଝାରସୁଗୁଡ଼ା, ବୌଦ୍ଧ ଜିଲ୍ଲାରୁ କରୋନାନେଇଛି ଆଉ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ । ବରଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୟାଗଡ଼, ମୟୂରଭଞ୍ଜ, ମାଲକାନଗିରି, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ହଜାର ୮୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.