Latest Odisha News

ରାଜଧାନୀରେ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଆଜିଠୁ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ବୁଧବାରଠାରୁ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଏ ନେଇ ରାଜ୍ୟ ହୋଟେଲ ଏବଂ ରେସ୍ତୋରାଁ ସଂଘ ଏକ ତାଲିକା ଦାଖଲ କରିଛି। ତାଲିକା ଅନୁଯାୟୀ କର୍ମଚାରୀଙ୍କୁ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସୋସିଏସନର ୫୦୦ କର୍ମଚାରୀଙ୍କୁ ଟିକାକରଣ କରାଯିବ କହିଛନ୍ତି ବିଏମସି ଅତିରିକ୍ତ କମିଶନର।

ବିନା ସ୍ଲଟ୍‌ରେ ସପ୍ତମ ବାଟଲିୟନ ହାଇସ୍କୁଲ ଗ୍ରାଉଣ୍ଡରେ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Comments are closed.