Latest Odisha News

BREAKING NEWS

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ସରିଛି

ଭୁବନେଶ୍ୱର: କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଭାରତରେ ECMO ଉତ୍ପାଦନ ହେଉ ନାହିଁ । ଏହି ମେସିନକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ଟେଣ୍ଡର ସରିଥିବା କହିଛନ୍ତି ଡିଏମଇଟି  ।
ECMO ପ୍ରକ୍ରିୟା କଣ ?
ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ୍ କରାଯାଉଛି । ସେଇ ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ECMO ଗୋଟିଏ କୃତିମ ପ୍ରକ୍ରିୟା ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଇଟା ସାମୟିକ ଭାବରେ କିଛି ଦିନ ଟାଣି ନେଇ ପାରେ । ECMO ବ୍ୟୟବହୁଳ ଚିକିତ୍ସା ।

ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତିଦିନ ୧ ଲକ୍ଷ ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଗରୁ ଫୁସୁଫୁସୁ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି ଓ ଭେଣ୍ଟିଲେଟର ଫେଲ ମାରିଲେ ସେତେବେଳେ ECMOର ଆଵଶ୍ୟକତା ପଡୁଛି । ସାମୟିକ ଭାବରେ ECMO ମେସିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଏଥିପାଇଁ ମାନବ ସମ୍ବଳ ବରିବା ବହୁତ କଷ୍ଟ ବୋଲି ଡିଏମଇଟି କହିଛନ୍ତି ।

Leave A Reply

Your email address will not be published.