Latest Odisha News

ଖଣିଜ ସମ୍ପଦ ଚୋରି ଉପରେ ଲାଗିବ ରୋକ୍

ଯାଜପୁର : ଜିଲାରେ ଲଘୁ ଖଣିଜ ସଂପଦ ଚୋରି ଉପରେ ଲାଗିବ ରୋକ୍ । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମନ ନିଆଯିବ । ବିଭିନ୍ନ ଲିଜ ଅଂଚଳରେ ନିୟମିତ ଯାଂଚ କରାଯିବା ସହିତ ଲିଜ ଧାରୀ ମାନେ ସେମାନେ ବ୍ୟବହାର କରୁଥିବା ଗାଡିର ହିସାବ ଦେବେ । ବିିଭିନ୍ନ ଖଣି ଅଂଚଳରେ ସିସିଟିଭି ଲଗାଯାଇ ଘଟଣାର ତଦାରଖ କରାଯିବ ବୋଲି ଯାଜପୁର ଜିଲାପାଳ ଜଣାଇଛନ୍ତି ।

ସେହିଭଳି ମୁଖ୍ୟ ଶାସନ ସଚିବ ଯାଜପୁର ଜିଲା ଗସ୍ତରେ ଆସିଥିବା ବେଳେ ଜିଲାପାଳଙ୍କ ପକ୍ଷରୁ ବିଭିନ୍ନ ଖଣି ଅଂଚଳରେ ହେଉଥିବା ଚୋରିକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ସେହିଭଳି ଚୋରି ଏବଂ ବେଆଇନ ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯିବା । ତା ସହିତ ଚଢ଼ାଉ ନିୟମିତ ଭାବେ କରାଯିବ ବୋଲି ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଜଣାଇଛନ୍ତି ।।

Comments are closed.