Latest Odisha News

BREAKING NEWS

ହ୍ରଦ ମଧ୍ୟରେ କୁମ୍ଭୀର ସହ ଲଢ଼େଇ କରି ଭଉଣୀଙ୍କ ଜୀବନ ବଂଚାଇଲେ ଜର୍ଜିୟା

ମେକ୍ସିକୋ ସିଟି: ମ୍ୟାକ୍ସିକାନ ସିଟି ନିକଟରେ ଥିବା ଏକ ହ୍ରଦରେ ଦୁଇ ଯାଁଆଳ ଭଉଣୀ ମେଲିସା ଲରି ଓ ଜର୍ଜିୟା ବୋଟିଂ କରିବାକୁ ଯାଉଥିଲେ । କିଛି ସମୟ ଏହାର ମଜା ଉଠାଇବା ପରେ ମେଲିସା ପାଣିକୁ ଡେଇଁ ପହଁରିଥିଲେ । ହଠାତ୍ ଏକ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା । କୁମ୍ଭୀର ମେଲିସାକୁ କାବୁ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଜର୍ଜିୟା ଭଉଣୀଙ୍କୁ ବଂଚାଇବା ପାଇଁ ପାଣି ଡେଇଁ ପଡିଥିଲେ । ସେ କୁମ୍ଭୀରର ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ । କୁମ୍ଭୀର ମଧ୍ୟ ଜର୍ଜିୟାଙ୍କୁ ଆକ୍ରମଣ କରିଥିଲା ।

ଦୁଇ ଭଉଣୀ କିଛି ଲଢ଼େଇ କରିବା ପରେ କୁମ୍ଭୀର ତାଙ୍କୁ ଛାଡି ପଳାଇ ଯାଇଥିଲା । ମେଲିସାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଜର୍ଜିୟାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟ ଏବେ ଚିକତ୍ସାଧୀନ ଅଛନ୍ତି । ତେବେ ଏହି ଦୁଇ ଭଉଣୀଙ୍କ ପରସ୍ପର ପ୍ରତି ସ୍ନେହ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.