Latest Odisha News

BREAKING NEWS

ଭାରତ-ବାଂଲାଦେଶ ସୀମାରୁ ଚୀନ୍ ନାଗରିକ ଗିରଫ

କୋଲକାତା : ଭାରତ-ବାଂଲାଦେଶ ସୀମା ନିକଟ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରୁ ଜଣେ ଚୀନ ନାଗରିକକୁ ଗିରଫ କରାଯାଇଛି । ଚୀନ ନାଗରିକ ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ବେଆଇନ ଭାବେ ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରିଛି ବିଏସଏଫ । ସନ୍ଦେହଜନକ ଅବସ୍ଥାରେ ସୀମା ନିକଟରେ ବୁଲୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ।

ଜୁନେଓ୍ବି ହାନ ନାମକ ଏହି ବ୍ୟକ୍ତି ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିବା ଜଣାପଡିଛି । ସେ ବାଂଲାଦେଶର ଭିସା ଆଣି ଭାରତ ଆସିଥିଲା । ଗିରଫ ଚୀନ ନାଗରିକ ଭାରତ ସୀମାକୁ ଅବୈଧ ରୂପେ ପାର କରିଥିଲା । ବିଏସଏଫ ଯବାନ ଏହି ଚୀନ୍ ନାଗରିକଙ୍କୁ ଗିରଫ ପରେ ପୋଲିସକୁ ହସ୍ତାନ୍ତର କରିଛି । ତାଠାରୁ କ୍ୟାମେରା ଓ ଲାପଟପ ସହ ପାସପୋର୍ଟ ଜବତ କରାଯାଇଛି । ଏହାସହ ୩ଟି ସିମ୍ କାର୍ଡ ମଧ୍ୟ ଜବତ କରାଯାଇଛି । ସେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଭାରତ ସୀମାରେ ପ୍ରବେଶ କରିଥିଲା, ସେନେଇ ପଚରାଉଚରା କରୁଛି ପୋଲିସ । ଚୀନର ଏହି ନାଗରିକ ଜଣକ ଭଲ ଭାବେ ଇଂରାଜୀ କହିପାରୁନଥିଲା । ଏହାସହ ମାଣ୍ଡାରିନ୍ ଭାଷାରେ କଥାବାର୍ତ୍ତା ହେଉଥିଲା । ଯେଉଁଥି ପାଇଁ ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ଗିରଫ ପରେ ସଂପୃକ୍ତ ଚୀନ ନାଗରିକଙ୍କୁ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.