Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୧-୬-୨୦୨୧ ଶୁକ୍ରବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୧୧ରିଖ ଶୁକ୍ରବାର ବୃଷ ୨୮ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର- ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କର
ନିଷେଧ ଖାଦ୍ୟ- ପାଣି କଖାରୁ

ମେଷ:
ଆଜି ଆପଣ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ। ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖମୟ ହେବ। ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ଛାତ୍ରଛାତ୍ରୀମାନେ ପରିଶ୍ରମର ଯଥେଷ୍ଟ ଶୁଭଫଳ ପାଇବେ।
ପ୍ରତିକାର: ଲାଲ୍ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ:
ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ। କର୍ମ କ୍ଷେତ୍ରରେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ପ୍ରଶଂସିତ ହେବେ। ଦେହ ମନ ସୁସ୍ଥ ରହିବ ସୁସ୍ବାଦୁ ଭୋଜନ ମିଳିବ।
ପ୍ରତିକାର: କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ ।‌

ମିଥୁନ:
ଆଜି ଆପଣଙ୍କ ନମ୍ର ବ୍ୟବହାର ସମସ୍ତ ଦିଗରେ ବିଜୟୀ କରାଇବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ନୂତନ ଗୃହ ନିର୍ମାଣ ପାଇଁ ଆୟୋଜନ କରିବେ।ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ପିତା ମାତାଙ୍କ ସ୍ନେହ ଆଶ୍ରିର୍ବାଦ ଲାଭ କରିବେ।
ପ୍ରତିକାର: ମା ପାର୍ବତୀଙ୍କୁ ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ ।

କର୍କଟ:
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ବିନା ବାଧାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବ୍ୟବସାୟରୁ ଆଶାନୁରୂପ ଲାଭ ପାଇବେ। ପାରିବାରିକ ଅଶାନ୍ତି ମନୋମାଳିନ ଦୂର ହୋଇଯିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ।
ପ୍ରତିକାର: ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ସିଂହ:
ଆଜି ଧାର୍ମିକ ତଥା ଆଧ୍ୟାତ୍ମିକ ଦିଗକୁ ମନ ବଳାଇବେ। ଦୟା କ୍ଷମା ସହନ ଶୀଳତା ଓ ଉଦାରତା ଗୁଣ ପାଇଁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।ଶତୃମାନେ ପରାଜିତ ହେବେ ବୈବାହିକ ଜୀବନ ସୁଖମୟ ହେବ । ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି।
ପ୍ରତିକାର: ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା:
ଆଜି ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳିବ ନାହିଁ ‌। ନିଜ କାମରେ ମନଯୋଗ ଦିଅନ୍ତୁ। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ । ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।
ପ୍ରତିକାର: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୧୦ ଥର ଜପ କରନ୍ତୁ।

ତୁଳା:
ଆଜି ସମସ୍ତ କାମରେ ବିଜୟୀ ହେବେ। ବ୍ୟବସାୟରେ ସଫଳତା ମିଳିବ । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ।
ପ୍ରତିକାର: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।

ବିଛା:
ଆଜି ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ମନ ପ୍ରଫୁଲ୍ଲିତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବହୁ ଦିନର ସ୍ବପ୍ନ ସାକାର ହେବ। କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ସଫଳତା ମିଳିବ।ପ୍ରତିକାର: ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

ଧନୁ:
ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମନର କଥା ମନରେ ରଖନ୍ତୁ, କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ। ନିଜର ଦକ୍ଷତା ପ୍ରତିପାଦନ କରିବେ କିନ୍ତୁ ସେଥିରେ ସଫଳତା ପାଇବେ ନାହିଁ। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେବାରୁ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ।
ପ୍ରତିକାର: ମା ପାର୍ବତୀଙ୍କୁ ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ।

ମକର:
ଆଜି ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଜନ ସାଧାରଣଙ୍କ ସମର୍ଥନ ମିଳିବ। ଘରକୁ ଅତିଥି ଆସିପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ସୁସମାଚାର ଶୁଣି ଆନନ୍ଦିତ ହେବେ।
ପ୍ରତିକାର: ସାତଟି ତ୍ରିଶାଖା ବେଲ ପତ୍ର ବନ ଦୁର୍ଗା ମନ୍ତ୍ରରେ ମା ପାର୍ବତୀଙ୍କୁ ଚଢାନ୍ତୁ।

କୁମ୍ଭ:
ଆଜି କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ। ଧୈର୍ଯ୍ୟ ରଖନ୍ତୁ, ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ଘରକୁ ଅତିଥି ଆସିବେ। ମହିଳାଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
ପ୍ରତିକାର: ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୭ ଥର ଜପ କରି କର୍ମ କ୍ଷେତ୍ରକୁ ଯାତ୍ରା କରନ୍ତୁ।

ମୀନ:
ଆଜି ଆପଣ ନିଜ ଉପରେ ଭରସା ରଖି କାମ କରନ୍ତୁ। କୌଣସି ବଡ଼ କାମରୁ ଆଜି ବଡ଼ ଫାଇଦା ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଜୀବନସାଥୀଙ୍କର ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।
ପ୍ରତିକାର: ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.