Latest Odisha News

ସୋନୁଙ୍କୁ ଭେଟିବା ଲାଗି ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇ ଗଲେ ଯୁବକ

ମୁମ୍ବାଇ: ଶ୍ରମିକଙ୍କ ଭଗବାନ ଅଭିନେତା ସୋନୁ ସୁଦ। ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସୋନୁ। ଅନେକ ନିରାଶ୍ରୟଙ୍କ ଆଶ୍ରୟ ପାଲଟିଛନ୍ତି ସେ। ତାଙ୍କର ଏଭଳି ମେନାଭାବ ଯୋଗୁ ଅନେକ ଲୋକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକୃତ କରିପାରିଛନ୍ତି।

ଗୁରୁବାର ସୋନୁ ତାଙ୍କର ଜଣେ ପ୍ରଶଂସକ ଭେଙ୍କଟେଶଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଯିଏ ତାଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଯାଇଥିଲେ। ତାଙ୍କର ଏଭଳି କାର୍ଯ୍ୟ ବେଶ୍‌ ପ୍ରେରଣାଦାୟକ ବୋଲି କହିଛନ୍ତି ସୋନୁ।

ତାଙ୍କ ପାଇଁ ପରିବହନର ସୁବିଧା ଯୋଗାଇଦେବା ସତ୍ତ୍ବେ ବି ସେ ଖାଲି ପାଦରେ ଚାଲି ସୋନୁଙ୍କ ପାଖରେ ପହଞ୍ଚିଥିଲେ।

ଏ ନେଇ ସୋନୁ ସୁଦ  କହିଛନ୍ତି ଯେ ତାଙ୍କୁ ଭେଟିବା ପାଇଁ କେହି ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ତାହା ମୁଁ ଚାହେଁ ନାହିଁ।

Comments are closed.