ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । ଖସୁଛି ପଜିଟିଭ୍ ହାର । ଆକ୍ଟିଭ କେସ୍ ବି କମ୍ରାଗତ ହ୍ରାସ ପାଉଛି । କରୋନା କାୟା କାବୁ ପାଉଥିବା ବେଳେ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ଓଡ଼ିଶା । କମୁଛି ରେଡ୍ ଜୋନ୍ । ବଢୁଛି ଗ୍ରୀନ୍ ଜୋନ୍ ଜିଲ୍ଲା । ଆଜି ରାଜ୍ୟରେ ୧୨ ଜିଲ୍ଲା ଗ୍ରୀନ ଜୋନରେ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ମାଲକାନଗିରି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି । ସବୁଜ କ୍ଷେତ୍ରରେ ଭିତରେ ଅଛି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ।
ରେଡ୍ ଜୋନରେ ୯ ଜିଲ୍ଲା
ଉପକୂଳ ଓଡ଼ିଶା ଜିଲ୍ଲାରେ କରୋନା ମୁକିବାଲି ଏବେ ବି ଚିନ୍ତାଜନକ । ରେଡ୍ ଜୋନରେ ଅଛି ରାଜ୍ୟର ୯ ଜିଲ୍ଲା । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୋଳ ଜିଲ୍ଲା । ରେଡ୍ ଜୋନ୍ ଜିଲ୍ଲାରେ ଆକ୍ଟିଭ୍ କେସ୍ ୨୫ଶହରୁ ଅଧିକ । ମୁକାବିଲାରେ ଏସବୁ ଜିଲ୍ଲା ପ୍ରତି ଅଧିକ ଫୋକସ କରିବାକୁ ହେବ ।
ୟେଲୋ ଜୋନରେ ୯ ଜିଲ୍ଲା
୯ଟି ଜିଲ୍ଲା ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ୟେଲୋ ଜୋନରେ ଅଛନ୍ତି । ଆସନ୍ତା ୧୭ ତାରିଖ ପରେ ସରକାର ପର୍ୟ୍ୟାୟ କ୍ରମେ ଅନଲକ୍ କରି ପାରନ୍ତି । ଏତିକିବେଳେ ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ବିଚାର କରୁଛନ୍ତି ।
BREAKING NEWS
- ୪ଗୋରୁ ବୋଝେଇ ଟ୍ରକ ଜବତ;୩ ଗିରଫ,ଜଣେ ଫେରାର
- କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
- କଟକରେ ୨ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ସଫଳତା ସହ କାର୍ଯ୍ୟକ୍ଷମ କଲା ଟିପିସିଓଡିଏଲ୍
- ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ
- ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ
- ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ
- ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ
- AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ
- ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ
Comments are closed.