ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । ଖସୁଛି ପଜିଟିଭ୍ ହାର । ଆକ୍ଟିଭ କେସ୍ ବି କମ୍ରାଗତ ହ୍ରାସ ପାଉଛି । କରୋନା କାୟା କାବୁ ପାଉଥିବା ବେଳେ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ଓଡ଼ିଶା । କମୁଛି ରେଡ୍ ଜୋନ୍ । ବଢୁଛି ଗ୍ରୀନ୍ ଜୋନ୍ ଜିଲ୍ଲା । ଆଜି ରାଜ୍ୟରେ ୧୨ ଜିଲ୍ଲା ଗ୍ରୀନ ଜୋନରେ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ମାଲକାନଗିରି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି । ସବୁଜ କ୍ଷେତ୍ରରେ ଭିତରେ ଅଛି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ।
ରେଡ୍ ଜୋନରେ ୯ ଜିଲ୍ଲା
ଉପକୂଳ ଓଡ଼ିଶା ଜିଲ୍ଲାରେ କରୋନା ମୁକିବାଲି ଏବେ ବି ଚିନ୍ତାଜନକ । ରେଡ୍ ଜୋନରେ ଅଛି ରାଜ୍ୟର ୯ ଜିଲ୍ଲା । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୋଳ ଜିଲ୍ଲା । ରେଡ୍ ଜୋନ୍ ଜିଲ୍ଲାରେ ଆକ୍ଟିଭ୍ କେସ୍ ୨୫ଶହରୁ ଅଧିକ । ମୁକାବିଲାରେ ଏସବୁ ଜିଲ୍ଲା ପ୍ରତି ଅଧିକ ଫୋକସ କରିବାକୁ ହେବ ।
ୟେଲୋ ଜୋନରେ ୯ ଜିଲ୍ଲା
୯ଟି ଜିଲ୍ଲା ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ୟେଲୋ ଜୋନରେ ଅଛନ୍ତି । ଆସନ୍ତା ୧୭ ତାରିଖ ପରେ ସରକାର ପର୍ୟ୍ୟାୟ କ୍ରମେ ଅନଲକ୍ କରି ପାରନ୍ତି । ଏତିକିବେଳେ ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ବିଚାର କରୁଛନ୍ତି ।
BREAKING NEWS
- ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ
- ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ

Comments are closed.