Latest Odisha News

BREAKING NEWS

ଦେବସ୍ନାନ ଯାତ୍ରା; ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ

ପୁରୀ: ଜୁନ୍ ୨୪ରେ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ କରାଯାଇଛି।

ଦଇତାପତି ନିଯୋଗ ସେକ୍ରେଟାରୀ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଭୁଙ୍କ ପହଣ୍ଡି ରାତି ୧.୩୦ ରୁ ଆରମ୍ଭ ହୋଇ ଭୋର ୪ ଟା ସୁଦ୍ଧା ଶେଷ ହେବ।

ଏନେଇ ଶୁକ୍ରବାର ରାତିରେ ଦଇତାପତି ନିଯୋଗ ସହ ପୁରୀ ଜିଲ୍ଲାପାଳ ଏବଂ ଡେପୁଟି ଚିଫ୍ ଆଡମିନିଷ୍ଟ୍ରେଟର (ଏସଜେଟିଏ), ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ପରବର୍ତ୍ତୀ ବୈଠକରେ ପହଣ୍ଡି ପରର ଅନ୍ୟାନ୍ୟ ରୀତିନୀତି ନେଇ କାର୍ଯ୍ୟ ସୂଚୀ ଅନୁମୋଦନ ହେବ।

Comments are closed.