Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ, ୪ମୃତ

ସୋପୋର : ପୁଣି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ପୋଲିସ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁ କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ପୋଲିସ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

ସୋପୋରରେ ଅରମାପୋରାର ନାକା ନିକଟରେ ପୋଲିସ ଏବଂ CRPFର ମିଳିତ ଦଳ ଉପରେ ଆତଙ୍କବାଦୀ ମାନେ ଅଚାନକ ଆକ୍ରମଣ କରିଥିଲେ । ଏବଂ ଏହି ଆକ୍ରମଣରେ ୪ ଜଣଙ୍କର ପ୍ରାଣ ଯାଇଛି । ଶନିବାର ଦିନ ଆତଙ୍କବାଦୀମାନେ କରିଥିବା ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀଙ୍କ ସହ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

ସୋପୋର ଆକ୍ରମଣ ବିଷୟରେ ଡିଜିପି ଦିଲବାଗ ସିଂ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି । ଏଥିରେ ୨ ଜଣ ପୋଲିସ ସହିଦ ହୋଇଥିବା ବେଳେ ଏବଂ ୨ ଅନ୍ୟ ଜଣ ସାଧାରଣ ନାଗରିକଙ୍କ ପ୍ରାଣ ଯାଇଛି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ସମୁଦାୟ ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଏବଂ CRPFର ମିଳିତ ଦଳ ଘେରିଛନ୍ତି । ଏବେ ବି ସେହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।।।

Leave A Reply

Your email address will not be published.