Latest Odisha News

BREAKING NEWS

ପୁରୀ କୁମ୍ଭାରପଡ଼ା ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ

ପୁରୀ : ପୁରୀ ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁମ୍ଭାରପଡ଼ା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୩ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ପରେ ସମସ୍ତ ୫ ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ପୁରୀ କୁମ୍ଭାରପଡ଼ା ଥାନା ଆଶ୍ରମ ଛକର ଏକ ନିକାଞ୍ଚନ ଜାଗାରେ କିଛି ଯୁବକ ଏକାଠି ହୋଇଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ପୋଲିସ ଏହି ଜାଗାରେ ଚଢ଼ାଉ କରି ୫ ଜଣ ଡକାୟତକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ସୌମ୍ୟ ପଟ୍ଟନାୟକ, ପୁରୀ ମୁକୁନ୍ଦ ମିଶ୍ର ନଗରର ପ୍ରିୟବ୍ରତ ପ୍ରଧାନ, ଗଞ୍ଜାମର ସାଗର ବେହେରା, ସନାନନ୍ଦ ପାଢ଼ୀ ଓ ପୁରୀ ବାସେଳି ସାହିର ଶଶାଙ୍କ ବଳିଆର ସିଂ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଭୁଜାଲି, ଖଣ୍ଡା, ୨ଟି ବୋମା, ଲୁହା ପାଇପ, ଦୁଇଟି କାର ଜବତ କରାଯାଇଛି ।

Leave A Reply

Your email address will not be published.