Latest Odisha News

BREAKING NEWS

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି ପାଲିଙ୍କିିରେ । । ନୀତି ଅନୁସାରେ ୭ଜଣ ମହିଳା ହଳଦୀ ନେଇ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ଯ୍ୟ ସେବାୟତମାନେ କରିବାର ବିଧି । ବିବାହ ପାଇଁ ଲଗ୍ନଚି ଟାଉ ଥାଳ ଉଠା କାର୍ଯ୍ୟ ବରପିତା ଓ କନ୍ୟା  ପିତା ପକ୍ଷରୁ ସମ୍ପନ୍ନ ହୋଇଛି । ତା ସହ ପୀଠରେ ଥିବା ସମସ୍ତ ଦେବା ଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।

ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏପରିକି ବର ଯାତ୍ରୀ ଓ ଖାଦ୍ୟ ଉପରେ କଟକଣା କରିଛି ଜିଲା ପ୍ରଶାସନ । ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.