ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଖସୁଛି । ୬ ପ୍ରତିଶତ ତଳକୁ ହ୍ରାସ ପାଇଛି ପଜିଟିଭିଟି ରେଟ୍ । ଦିନ ପରେ ସରୁଛି ଲକଡାଉନ୍ । ୧୭ରୁ କଣ ହେବ । ରାଜ୍ୟରୁ ଉଠିବ କି ଲକଡାଉନ୍ ? କେଉଁସବୁ ଜିଲ୍ଲା ଅନଲକ୍ ହେବ ? କେଉଁଠି ବଳବତ୍ତର ରହିବ କଟକଣା ? ଆଜିର କରୋନା ଗ୍ରାଫ ଦର୍ଶାଉଛି, ରାଜ୍ୟରେ ୫ ଜିଲ୍ଲାରେ ଖୋଲି ନପାରେ ତାଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର ଓ ବାଲେଶ୍ୱର । ଏସବୁ ଜିଲ୍ଲା ଉଭୟ ଆକ୍ଟିଭ୍ ଓ ପଜିଟିଭିଟିରେ ରେଜନ୍ ଜୋନରେ ଅଛି ।
୫ ଜିଲ୍ଲାରୁ ଖୋଲି ନପାରେ ତାଲା
ଏହି ୫ ଜିଲ୍ଲା ଆକ୍ଟିଭ୍ କେସ୍ ରେଡ ଜୋନରେ ଅଛି । ଖୋର୍ଦ୍ଧାରେ ୭୭୪୫, କଟକରେ ୪୬୦୪, ଯାଜପୁରରେ ୪୦୪୭, ପୁରୀରେ ୨୩୫୧ ଓ ବାଲେଶ୍ୱରରେ ୩୪୫୫ ଆକ୍ଟିଭ୍ କେସ୍ ରହିଛି । ସେହିପରି ପଜିଟିଭିଟି ହାର ରେଜ୍ ଜୋନରେ ବି ଏସବୁ ଜିଲ୍ଲା ଆସୁଛି । ଖୋର୍ଦ୍ଧାରେ ସର୍ବାଧିକ ୧୩.୪, ଯାଜପୁରରେ ୧୨.୮, ପୁରୀରେ ୧୧.୯, କଟକରେ ୧୦.୨ ଓ ବାଲେଶ୍ୱରରେ ୯.୪ ପ୍ରତିଶତ ରହିଛି ପଜିଟିଭ୍ ହାର ।

୧୦ ଜିଲ୍ଲା ହୋଇପାରେ ଅନଲକ୍
୧୭ ପରେ କେଉଁ ସବୁ ଜିଲ୍ଲା ଅନଲକ୍ କିମ୍ବା କେଉଁ ଜିଲ୍ଲାରେ କଟକଣା କୋହଳ ହେବ ତାଉପରେ ବି ନଜର ରହିଛି । ଉଭୟ ଆକ୍ଟିଭ୍ ଓ ପଜିଟିଭିଟିରେ ଗ୍ରୀନ୍ ଜୋନରେ ଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ଚିନ୍ତା କରୁଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ୧୦ ଜିଲ୍ଲାରେ ଖୋଲିପାରେ ତାଲା । ଏହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି । ସେହିପରି ପଜିଟିଭ୍ ହାର ବି ୫ ପ୍ରତିଶତରୁ କମ୍ । ସଂକ୍ରମଣ ହାର କମୁଥିବାରୁ ଏସବୁ ଜିଲ୍ଲାରେ କୋଭିଡ୍ କଟକଣାକୁ ସରକାର ୧୭ ତାରିଖରୁ କୋହଳ କରିପାରନ୍ତି ।

୧୭ ପରେ କଣ ହେବ ?
ସେହିପରି କିଛି ଜିଲ୍ଲା ଆକ୍ଟିଭ୍ କେସରେ ଗ୍ରୀନ୍ ଓ ପଜିଟିଭିଟିରେ ଅରେଞ୍ଜ ଜୋନରେ ଅଛନ୍ତି । ସେସବୁ ଜିଲ୍ଲାରେ ସ୍ଥିତିକୁ ଦେଖି କଟକଣା ବାବଦରେ ବିଚାର କରୁଛନ୍ତି ସରକାର । ତେଣୁ ମୋଟାମୋଟି ଭାବରେ ଓଡ଼ିଶାର କରୋନା ମ୍ୟାପ୍ ଦେଖିଲେ ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଅନଲକ୍ କଟକଣା ହୋଇପାରେ । ପୂର୍ବରୁ କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଂକ୍ରମଣ ହାର ହ୍ରାସ ପାଉଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ବିଚାର କରୁଛନ୍ତି । ଯେଉଁଠି ସଂକ୍ରମଣ ହାର ଅଧିକ ରହିଛି ସେସବୁ ଜିଲ୍ଲାକୁ ଫୋକସ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.