ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଖସୁଛି । ୬ ପ୍ରତିଶତ ତଳକୁ ହ୍ରାସ ପାଇଛି ପଜିଟିଭିଟି ରେଟ୍ । ଦିନ ପରେ ସରୁଛି ଲକଡାଉନ୍ । ୧୭ରୁ କଣ ହେବ । ରାଜ୍ୟରୁ ଉଠିବ କି ଲକଡାଉନ୍ ? କେଉଁସବୁ ଜିଲ୍ଲା ଅନଲକ୍ ହେବ ? କେଉଁଠି ବଳବତ୍ତର ରହିବ କଟକଣା ? ଆଜିର କରୋନା ଗ୍ରାଫ ଦର୍ଶାଉଛି, ରାଜ୍ୟରେ ୫ ଜିଲ୍ଲାରେ ଖୋଲି ନପାରେ ତାଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର ଓ ବାଲେଶ୍ୱର । ଏସବୁ ଜିଲ୍ଲା ଉଭୟ ଆକ୍ଟିଭ୍ ଓ ପଜିଟିଭିଟିରେ ରେଜନ୍ ଜୋନରେ ଅଛି ।
୫ ଜିଲ୍ଲାରୁ ଖୋଲି ନପାରେ ତାଲା
ଏହି ୫ ଜିଲ୍ଲା ଆକ୍ଟିଭ୍ କେସ୍ ରେଡ ଜୋନରେ ଅଛି । ଖୋର୍ଦ୍ଧାରେ ୭୭୪୫, କଟକରେ ୪୬୦୪, ଯାଜପୁରରେ ୪୦୪୭, ପୁରୀରେ ୨୩୫୧ ଓ ବାଲେଶ୍ୱରରେ ୩୪୫୫ ଆକ୍ଟିଭ୍ କେସ୍ ରହିଛି । ସେହିପରି ପଜିଟିଭିଟି ହାର ରେଜ୍ ଜୋନରେ ବି ଏସବୁ ଜିଲ୍ଲା ଆସୁଛି । ଖୋର୍ଦ୍ଧାରେ ସର୍ବାଧିକ ୧୩.୪, ଯାଜପୁରରେ ୧୨.୮, ପୁରୀରେ ୧୧.୯, କଟକରେ ୧୦.୨ ଓ ବାଲେଶ୍ୱରରେ ୯.୪ ପ୍ରତିଶତ ରହିଛି ପଜିଟିଭ୍ ହାର ।
୧୦ ଜିଲ୍ଲା ହୋଇପାରେ ଅନଲକ୍
୧୭ ପରେ କେଉଁ ସବୁ ଜିଲ୍ଲା ଅନଲକ୍ କିମ୍ବା କେଉଁ ଜିଲ୍ଲାରେ କଟକଣା କୋହଳ ହେବ ତାଉପରେ ବି ନଜର ରହିଛି । ଉଭୟ ଆକ୍ଟିଭ୍ ଓ ପଜିଟିଭିଟିରେ ଗ୍ରୀନ୍ ଜୋନରେ ଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ଚିନ୍ତା କରୁଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ୧୦ ଜିଲ୍ଲାରେ ଖୋଲିପାରେ ତାଲା । ଏହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି । ସେହିପରି ପଜିଟିଭ୍ ହାର ବି ୫ ପ୍ରତିଶତରୁ କମ୍ । ସଂକ୍ରମଣ ହାର କମୁଥିବାରୁ ଏସବୁ ଜିଲ୍ଲାରେ କୋଭିଡ୍ କଟକଣାକୁ ସରକାର ୧୭ ତାରିଖରୁ କୋହଳ କରିପାରନ୍ତି ।
୧୭ ପରେ କଣ ହେବ ?
ସେହିପରି କିଛି ଜିଲ୍ଲା ଆକ୍ଟିଭ୍ କେସରେ ଗ୍ରୀନ୍ ଓ ପଜିଟିଭିଟିରେ ଅରେଞ୍ଜ ଜୋନରେ ଅଛନ୍ତି । ସେସବୁ ଜିଲ୍ଲାରେ ସ୍ଥିତିକୁ ଦେଖି କଟକଣା ବାବଦରେ ବିଚାର କରୁଛନ୍ତି ସରକାର । ତେଣୁ ମୋଟାମୋଟି ଭାବରେ ଓଡ଼ିଶାର କରୋନା ମ୍ୟାପ୍ ଦେଖିଲେ ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଅନଲକ୍ କଟକଣା ହୋଇପାରେ । ପୂର୍ବରୁ କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଂକ୍ରମଣ ହାର ହ୍ରାସ ପାଉଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ବିଚାର କରୁଛନ୍ତି । ଯେଉଁଠି ସଂକ୍ରମଣ ହାର ଅଧିକ ରହିଛି ସେସବୁ ଜିଲ୍ଲାକୁ ଫୋକସ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି