Latest Odisha News

BREAKING NEWS

ସଂକ୍ରମଣ ୪ ହଜାର ତଳକୁ ଖସିଲା, ମୃତ୍ୟୁସଂଖ୍ୟା ୪୦ରୁ କମୁନି

ଭୁବନେଶ୍ୱର: ରାଜ୍ୟରେ କେବେ ୪୦ରୁ ଖସିବ ଦୈନିକ କରୋନା ମୃତ୍ୟୁସଂଖ୍ୟା ? ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଆଉ ୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀରୁ ୪ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବରଗଡ଼, ଜହତସିଂହପୁର, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ବାଲେଶ୍ୱର, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସମ୍ୱଲପୁର ଜିଲ୍ଲାରେ ଆଉ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୩୮୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.