Latest Odisha News

BREAKING NEWS

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କରୋନା ମହାମାରୀରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି।

ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ ନେଇଥିବା ଜଣାପଡିଛି। ଏହି ଅବସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ମାସିକ ୫୦୦ ଟଙ୍କା ହାରରେ ୩ ମାସର ଅଗ୍ରୀମ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ପରିଚୟ ପତ୍ର ପ୍ରଦାନ କରିଥିବା ଜଣାପଡିଛି।

ଏଥିସହ ପ୍ରଧାନମନ୍ତ୍ରୀ କେୟାର ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିଭଳି ଶିଶୁ ମାନଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢା ପାଇଁ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସହାୟତା ପ୍ରଦାନ ବେଳେ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଥାଉକି, ଏହି ଶିଶୁ ମାନଙ୍କ ବାପା କିଶୋର ଚନ୍ଦ୍ର ରଥ ଆନ୍ଧ୍ରପ୍ରଦେଶରେ ଏକ ବେସରକାରୀ ଅନୁଷ୍ଠାନରେ କାର‌୍ୟ୍ୟ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ। ପରେ ମାଆ ସୁପ୍ରିୟା ରଥ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମେ ମାସ ୬ ତାରିଖରେ ମୃତ୍ୟୁ ବରଣ କରିଥିଲେ ।

Comments are closed.