Latest Odisha News

ବିଶ୍ୱର ସବୁଠାରୁ ବଡ ପରିବାର ମୁଖିଆଙ୍କ ଅନ୍ତିମ ସଂସ୍କାର ହୋଇପାରୁନି !

ଆଇଜଲ: ବିଶ୍ୱର ସବୁଠାରୁ ବଡ ପରିବାରର ମୁଖିଆ ଜିଓନା ଚାନାଙ୍କ ଅନ୍ତିମ ସଂସ୍କାର ହୋଇପାରୁ ନାହିଁ । ମିଜୋରମର ଏହି ବ୍ୟକ୍ତିଙ୍କ ପରିବାବର୍ଗ ସେ ବଂଚିଥିବା ଦାବୀ କରୁଛନ୍ତି । ସେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ଶରୀର ଗରମ ରହିଥିବା କହିଛନ୍ତି । ଚାନାଙ୍କ ବାପା ପାବଲ ସମ୍ପ୍ରଦାୟର ଗଠନ କରିଥିଲେ । ଏବେ ଏହି ସମ୍ପ୍ରଦାୟରେ ୪୩୩ ପରିବାର ଓ ୨୫୦୦ ବ୍ୟକ୍ତି ଅଛନ୍ତି ।

ଏହି ସମ୍ପ୍ରଦାୟ ଅନୁସାରେ ଜଣେ ବ୍ୟକ୍ତି ମରିଥିବା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ନ ହେଲା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇ ପାରିବ ନାହିଁ । ୨ ଦିନ ତଳେ ତ୍ରିନିଟି ଡାକ୍ତରଖାନାରେ ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରାଯାଇଥିଲା । ୭୬ ବର୍ଷୀୟ ଚାନାଙ୍କ ୩୮ ପତ୍ନୀ ଏବଂ ୮୯ ସନ୍ତାନ ଅଛନ୍ତି ।

Comments are closed.