Latest Odisha News

BREAKING NEWS

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି ।

BjdElectrycity

ମିଳିଥିବା ରିପୋର୍ଟ ଅନୁଯାୟୀ ବାଲିଘାଟ ଛକରେ ପୋଲିସର ନାକାବନ୍ଦୀ ଚାଲିଥିଲା । ସେହି ସମୟରେ ବ୍ରାଉନ୍ ସୁଗାର ବିକିବା ପାଇଁ ଦୁଇଜଣ ଯୁବକ ବାଇକ ଯୋଗେ ଯାଉଥିବାବେଳେ ତନଖିବେଳେ ପୋଲିସ ହାତରେ ଧରାପଡିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଅଂଚଳର ଶଙ୍କର ଦାସ ଓ ପୁରୀ ବାସେଳୀ ସାହି ଜଗନ୍ନାଥ ବସ୍ତି ଅଂଚଳର ପଂଚୁ ବେହେରା । ସେମାନଙ୍କଠାରୁ ୭୦ ହଜାର ଟଙ୍କା ମୂଲ୍ୟର ୬ ଗ୍ରାମ ୯୭୦ ମିଲି ଗ୍ରାମ ବ୍ରାଉନ୍ ସୁଗାର, ଗୋଟିଏ ବାଇକ ଓ ନଗଦ ହଜାରେ ଟଙ୍କା ପୋଲିସ ଜବତ କରିଛି ।

Leave A Reply

Your email address will not be published.