Latest Odisha News

୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ

ମୁମ୍ବାଇ: ସଲମାନ ଖାଁ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ୨୦୨୨ ଦୀପାବଳୀରେ ତାଙ୍କର ବହୁ ପ୍ରତୀକ୍ଷିତ ଭାଇଜାନ ଫିଲ୍ମ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ ଫିଲ୍ମ ବକ୍ସ ଅଫିସରେ ଅର୍ଥ ରୋଜଗାର କରିଥିଲେ ମଧ୍ୟ ପ୍ରଶଂସକଙ୍କ ମନ କିଣି ପାରି ନ ଥିଲା । ସେଥିପାଇଁ ସଲମାନ ତାଙ୍କ ଚିରାଚରିତ ଫ୍ୟାମିଲି ଡ୍ରାମାକୁ ଓହ୍ଲାଇ ଆସିଛନ୍ତି । ୪ ଭାଇଙ୍କ କାହଣୀକୁ ନେଇ ଭାଇଜାନ ଫିଲ୍ମ ନିର୍ମିତ ହେଉଛି । ଏଥିରେ ସଲମାନଙ୍କ ସହ ପୂଜା ହେଗେଡେ ଅଭିନୟ କରୁଛନ୍ତି ।

ରାଧେ ୟୋର ମୋଷ୍ଟ ୱାଟେଂଡ ଭାଇ ଫିଲ୍ମ ପରେ ସେ ଟାଇଗର ୩, କିକ ୨, ରବିତେଜାଙ୍କ ଖିଲାଡି ଫିଲ୍ମର ରିମେକ, ବିଜୟଙ୍କ ମାଷ୍ଟରର ରିମେକ, ସୁରଜ ବଡଜାତ୍ୟାଙ୍କ ଆଗାମୀ ପ୍ରୋଜେକ୍ଟରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ଶାହାରୁଖଙ୍କ ପଠାନ ଏବଂ ଆୟୁଷ ଶର୍ମାଙ୍କ ଅନ୍ତିମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

Comments are closed.