Latest Odisha News

ଜିଓ ପକ୍ଷରୁ ଜିଓ ଫାଇବର୍ ପୋଷ୍ଟପେଡ୍ ପ୍ଲାନର ଶୁଭାରମ୍ଭ, ଇଣ୍ଟରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟାଲେସନ୍

ଭୁବନେଶ୍ବର : ରିଲାଏନ୍ସ ଜିଓ ପକ୍ଷରୁ ଆଉ ଏକ ଆକର୍ଷଣୀୟ ଅଫର । ଜିଓ ଫାଇବର୍ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା କରିଛି ଜିସ । ଏହି ପ୍ଲାନ୍‌ର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେବ । ଆସନ୍ତାକାଲିଠୁ ଏହି ନୂଆ ପୋଷ୍ଟପେଡ୍ ପ୍ଲାନକର ଶୁଭାରମ୍ଭ କରିବ ଜିଓ । ଏହାସହ ସମସ୍ତ ଗ୍ରାହକଙ୍କୁ ଇଣ୍ଟରନେଟ୍ ବକ୍ସ ବା ରାଉଟର ମାଗଣାରେ ଯୋଗାଇ ଦିଆଯିବ । ମୋଟ ଉପରେ ଗ୍ରାହକ ପୂର୍ବ ଅପେକ୍ଷା ୧୫୦୦ ଟଙ୍କା ଅଧିକ ସଞ୍ଚୟ କରିପାରିବେ । ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭ୍ୟାଲିଡିଟି ପ୍ଲାନ୍ ନେବେ, ତେବେ ତାଙ୍କୁ ମାଗଣାରେ ଇଣ୍ଟରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ ।

ଜିଓ ଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଯେ, ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ । ମାସିକ ୩୯୯ ଟଙ୍କାର ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ । ଏହା ବ୍ୟତୀତ ଜିଓ ଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତ ପ୍ଲାନ୍ ଉପଲବ୍ଧ ରହିଛି ।

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓ ଫାଇବର୍ ସଂଯୋଗରେ ଗ୍ରାହକ ମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ । ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ । ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ । ଏହି ଆପ୍‌ ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା । ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ସେବା ଯୋଗାଇ ପାରିବ, ଏହାକୁ ନିଶ୍ଚିତ କରିବା ଲାଗି କମ୍ପାନୀ ତରଫରୁ ୧୦୦୦ ଟଙ୍କାର ରିଫଣ୍ଡେବୁଲ୍ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ବିନା ମୂଲ୍ୟରେ ପ୍ରଦାନ କରାଯିବ ।

ଦେଶର ସର୍ବବୃହତ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଏହାର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓ ଫାଇବରକୁ ଦେଶବ୍ୟାପୀ ଦ୍ରୁତ ସଂପ୍ରସାରଣ ଜାରି ରଖିଛି । ଏହି କ୍ରମରେ ଓଡିଶାର ୨୫ରୁ ଅଧିକ ସହରରେ ଜିଓ ଫାଇବର ସେବା ଉପଲବ୍ଧ ହୋଇସାରିଛି । ଅନ୍ୟ ସହରରେ ଏହି କାମ ଜାରି ରହିଛି । ଜିଓ ଫାଇବର ଓଡ଼ିଶାରେ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି । ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇ ଦେଉଛି ।

Leave A Reply

Your email address will not be published.