Latest Odisha News

BREAKING NEWS

ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମଣର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ବର: କୋଭିଡ୍ ଟିକାର ଦୁଇଟି ଡୋଜ ନେବା ପରେ ବି କିଛି ସଂକ୍ରମିତ ହେଉଛନ୍ତି। ଏଭଳି କିଛି କେସ ଆସିବା ପରେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଦ୍ୱିତୀୟ ଡୋଜ ଟିକା ନେବା ପରେ ବି ସଂକ୍ରମିିତ ହେଉଥିବା କେସର ଏପିଡୋମିଲୋଜିକାଲ, ମାଇକ୍ରୋ ବାଇଲୋଜିକାଲ, ଇମ୍ୟୁନିଲୋଜିକାଲ ଓ ଜିନୋମିକ ଷ୍ଟଡି କରିବ ବୈଷୟକ କମିଟି। ଅନୁଧ୍ୟାନ ପରେ ଏହି କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

Leave A Reply

Your email address will not be published.