Latest Odisha News

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଲାଇସେନ୍ସ ବୈଧତା

ଭୁବନେଶ୍ବର : ପୁଣି ବଢ଼ିଲା ମୋଟରଯାନ ସମ୍ପର୍କିତ ନଥିପତ୍ରର ବୈଧତା । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନଥିପତ୍ରର ଅବଧିକୁ ବଢ଼ାଇଛି ପରିବହନ ବିଭାଗ । ପୂର୍ବରୁ ଏ ସଂକ୍ରମୀୟ ମାର୍ଗଦର୍ଶିକା ଜାରି କରିଥିଲା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ । ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ପୂର୍ବରୁ ଫିଟନେସ୍, ସମସ୍ତ ପ୍ରକାର ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ ଓ ଅନ୍ୟାନ୍ୟ ନଥିପତ୍ର ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଥିଲା । ଯେଉଁ ଦସ୍ତାବିଜ୍ ବୈଧତା ଫେବ୍ରୁଆରୀ ପହିଲା ୨୦୨୦ରେ ଶେଷ ହୋଇଛି ବା ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ଅଛି, ସେହି ଦସ୍ତାବିଜ ଗୁଡ଼ିକ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ ।

Leave A Reply

Your email address will not be published.