ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ । ଟିମ୍ କୋହଲି ବନାମ ଟିମ୍ କେନ୍ । ମୁକାବିଲା ଜୋରଦାର ହେବା ଅନୁମାନ କରାଯାଉଛି । ଦୁଇ ଦଳର ପଲ୍ଲା ଭାରି ଅଛି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ ମ୍ୟାଚ୍ । କୋଟି କୋଟି କ୍ରିକେଟ ଫ୍ୟାନଙ୍କ ନଜର ଏହି ଚାମ୍ପିଅନସିପ ଉପରେ ରହିଛି ।

ଅଭିଜ୍ଞ ଯୁବ ତାରକାଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କ୍ୟାପଟେନ୍ ବିରାଟ କୋହଲିଙ୍କ ପାଇଁ ଏହି ଚାମ୍ପିଅନସିପ୍ ବଡ଼ ଗୁରୁତ୍ୱ ରଖୁଛି । ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ଓ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ଏଯାଏ କୌଣସି ଚାମ୍ପିଅନସିପ୍ ନିଜ ନାଁରେ କରି ପାରି ନାହାନ୍ତି ବିରାଟ । ରୋହିତ ଶର୍ମା ଓ ଶୁଭମନ ଗିଲଙ୍କୁ ଓପେନିଂ ପାର୍ଟନରସିପରେ ବଡ଼ ସ୍କୋର କରିବାକୁ ପଡ଼ିବ । ରୋହିତଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିବ ।

ସେହିପରି ଇଂଲଣ୍ଡ ପିଚରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ ଚାଲିଲେ ଭାରତ ମଜଭୁତ ସ୍ଥିତିକୁ ଆସିପାରିବ । ବିରାଟ କୋହଲି, ରିଷଭ ପନ୍ଥଙ୍କୁ ବି ଠିକଣା ସମୟରେ ଭଲ ଖେଳିବାକୁ ପଡ଼ିବ । ବୋଲିଂ ବାହିନୀ ସମ୍ଭାଳିବେ ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ୱିନ୍ ।

ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଚେକ୍ ଦେବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ତୟାର ନ୍ୟୁଜିଲାଣ୍ଡ । ଅଧିନାୟକ କେନ୍ ଓ୍ୱିଲିୟମସନଙ୍କ ଟିମରେ ଅଛନ୍ତି ଅନୁଭବୀ ଖେଳାଳି । ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଦଳ । ଅଭିଜ୍ଞ ଓ ଯୁବ ଖେଳାଳି ଅଛନ୍ତି । ଦିନିକିଆ ବିଶ୍ୱକପରେ ଦୁଇ ଦୁଇ ଥର ରନର୍ସ ଅପ୍ ହୋଇଥିବା କିଓ୍ୱି ବାହିନୀ ପାଇଁ ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ କୌଣସି ବିଶ୍ୱକପ୍ ମୁକାବିଲାଠାରୁ କମ୍ ନୁହେଁ ।
BREAKING NEWS
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
- Budget 2026: ବଜେଟ୍ ଉପସ୍ଥାପନା ପୂର୍ବରୁ କାହିଁକି ପ୍ରସ୍ତୁତ ହୁଏ ହାଲୱା, କ’ଣ ରହିଛି ଏହା ପଛର ବିଶେଷ କାହାଣୀ?
- Union Budget 2026: ଚାଷୀ, ମହିଳା ଏବଂ ଯୁବକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବାର ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
- Budget 2026 Speech: ସଂସଦରେ ଆଗତ ହେଲା ବଜେଟ ୨୦୨୬-୨୭, ଲଗାତାର ୯ମ ଥର ପାଇଁ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- Budget 2026: କାହିଁକି ଚର୍ଚ୍ଚାରେ ନିର୍ମଳାଙ୍କ Part-B ପେଡ଼ି? ବଦଳେଇ ଦେବ ଭାରତର ଭବିଷ୍ୟତ! ଭାଙ୍ଗିଯିବ ୭୫ ବର୍ଷର ପରମ୍ପରା…
Comments are closed.