Latest Odisha News

କୋଟିଏ ଛୁଇଁବ ଟିକାକରଣ: ଦୈନିକ ତିନି ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର- ଆସନ୍ତାକାଲିଠାରୁ ଦୈନିକ  ତିନି ଲକ୍ଷ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ  କରିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ  ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ମ୍ୟୁନିସିପାଲିଟି କମିଶନରମାନଙ୍କୁ ଚିଠି ଲେଖିଛନ୍ତି। ଟିକାର ଅଭାବ ଯୋଗୁ ରାଜ୍ୟରେ ଟିକାକରଣ ଧୀମେଇଥିଲେ ମଧ୍ୟ ଖୁବ ଶୀଘ୍ର କୋଟିଏ ଛୁଇଁବ। ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଶନିବାର ସୁଦ୍ଧା ୯୩.୭୩ ଲକ୍ଷ ଡୋଜ୍ ଦିଆଯାଇଛି। ସେଥିମଧ୍ୟରୁ ୧୭.୯୭ ଲକ୍ଷ ଲୋକ ଡବଲ ଡୋଜ୍ ନେଇସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଯୋଜନା ଅନୁସାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ୩.୦୯ କୋଟି ଲୋକଙ୍କର ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ବର୍ତ୍ତମାନ ଦୈନିକ ଟିକାକରଣ ହାର ୧.୫ ଲକ୍ଷରୁ ବି କମ ରହିଛି। ଏପରି ହାରରେ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇଥିବାରୁ ବିଭାଗ ପକ୍ଷରୁ ନୂଆ ଯୋଜନା କରାଯାଇଛି। ପରିବର୍ତ୍ତିତ ଯୋଜନା ଅନୁସାରେ ଆସନ୍ତା ୨୧ ତାରିଖରୁ ବ୍ଲକ ଓ ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗ ଓ ୪୫ରୁ ଅଧିକ ବର୍ଗର ଲୋକଙ୍କ ଟିକାକରଣକୁ ଜୋରଦାର କରାଯିବ। ଗଛିତ ଥିବା ସମସ୍ତ ଟିକା ଯଥା ସମ୍ଭବ କମ ସମୟ ଭିତରେ ଦିଆଯିବାକୁ ଚେଷ୍ଚା କରାଯିବ। ପ୍ରତ୍ୟକ ବ୍ଲକରେ ଦୈନିକ ୫ଟି ସେସନ ସାଇଟ୍, ଏନଏସିରେ ୫ଟି, ମ୍ୟୁନିସିପାଲିଟି ଅଞ୍ଚଳରେ ୧୦ଟି ଓ ମହାନଗର ନିଗମ ଅଞ୍ଚଳରେ ଅତି କମରେ ୨୦ଟି ସେସନ ସାଇଟ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟାର୍ଗେଟ ହାସଲ କରିବା ପାଇଁ ଅଧିକ ସେସନ ସାଇଟ ମଧ୍ୟ କରିହେବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି। ଏହା ସହିତ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକମାନେ ଯେପରି ସମୟ ଭିତରେ ସେମନଙ୍କ ଟିକା ନେବେ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.