Latest Odisha News

ଅପହରଣ ପରେ ଏଲିୟନ୍ସ ପ୍ରେମରେ ଏବି ବେଲା !

ଲଣ୍ଡନ: ବ୍ରିଟେନର ଏବି ବେଲା ନାମକ ଜଣେ ମହିଳା ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ଏଲିୟନମାନେ ଅପହରଣ କରି ନେବା ପରେ ସେ ସେଠାରେ ଜଣେ ପରଗ୍ରହୀ ଜୀବ ପ୍ରେମରେ ପଡି ଯାଇଛନ୍ତି । ଅପହରଣ କରିବା ପରେ ସେମାନେ ମୋର ଯତ୍ନ ନେଇଥିଲେ ଏବଂ ଭଲରେ ପୃଥବୀ ପୃଷ୍ଠରେ ଆଣି ଛାଡିଥିଲେ । ବେଲାଙ୍କ କହିବା ଅନୁସାରେ ସେ ଇଂଟରନେଟରେ ଲେଖିଥିଲେ ମୁଁ ପୃଥ୍ୱୀ ପୃଷ୍ଠରେ ଥିବା ପୁରୁଷଙ୍କ ପ୍ରତି ବିମୁଖ ହୋଇଗଲିଣି । ମୁଁ ଚାହୁଁଛି କୌଣସି ଏକ ଏଲିୟନ ମୋତେ ଅପହରଣ କରି ନେଇଯାଉ । ଏହା ପରେ ପରେ କିଛି ଦିନ ଧରି ସ୍ୱପ୍ନରେ କେବଳ ଧଳା ଆଲୋକ ଦେଖିବାକୁ ପାଇଥିଲି । ଥରେ ରାତିରେ ଶୋଇବାକୁ ଗଲା ପରେ ସ୍ୱପ୍ନରେ କିଏ ଜଣେ କହିଲା ସବୁ ବେଳେ ଯେଉଁ ସ୍ଥାନରେ ବସ, ଆଜି ବି ସେଠାରେ ଅପେକ୍ଷା କର । ବେଲା ଝରକା ଖୋଲି ବସିଥିବା ବେଳେ ଏକ ୟୁଏଫଓ ତାଙ୍କୁ ଅପହରଣ କରି ନେଇଥିଲା ।ଏଲିୟନ୍ସ ମାନେ କିପରି ଦେଖା ଯାଆନ୍ତି ପଚରାଯିବାରୁ ସେ କହିଥିଲେ, ଆମ ଭଳି ମଣିଷ କିନ୍ତୁ ଅପେକ୍ଷାକୃତ ପତଳା ଏବଂ ଲମ୍ବା । ୨୦ ମିନିଟ ମୋତେ ରଖିବା ପରେ ସେମାନେ ଛାଡି ଦେଇଥିଲେ । ମୁଁ ମୋ ପ୍ରେମିକା ସହ ଏଣ୍ଡ୍ରୋମେଡା ଆକାଶଗଙ୍ଗା ଯାତ୍ରା କରିବା ଲକ୍ଷ୍ୟରେ ରହିଛି ବୋଲି କହିଛନ୍ତି । ବେଲାଙ୍କ ପୂର୍ବରୁ ଅନେକ ବ୍ୟକ୍ତି ସେମାନଙ୍କୁ ଏଲିୟନ୍ସମାନେ ଅପହରଣ କରିଥିବା କହିଥିଲେ ମଧ୍ୟ ଏହାର ପ୍ରମାଣ ହସ୍ତଗତ ହୋଇ ପାରି ନାହିଁ ।

Comments are closed.