ନୂଆଦିଲ୍ଲୀ: ସାରା ବିଶ୍ଵରେ ଆଜି ଯୋଗ ଦିବସ ପାଳନ କରାଯାଉଅଛି। କୁହାଯାଏ ଶରୀର ଓ ମନକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ ଯୋଗ।
ହିନ୍ଦୁଶାସ୍ତ୍ରରେ ପତଞ୍ଜଳୀଙ୍କୁ ଯୋଗଗୁରୁ ବୋଲି ବିବେଚନା କରାଯାଇଥାଏ। ତାଙ୍କ ନାମାନୁସାରେ ପତଞ୍ଜଳୀ ଯୋଗସୂତ୍ର ମଧ୍ୟ ପ୍ରକାଶ କରାଯାଇଛି। ହେଲେ ପତଞ୍ଜଳୀଙ୍କ ଜନ୍ମ ସହ ଜଡିତ ଅନେକ ଭିନ୍ନ ଭିନ୍ନ ତଥ୍ୟ ରହିଛି।
କୁହାଯାଏ, ଉତ୍ତରପ୍ରଦେଶର ଗୋଣ୍ଡାରେ ଜନ୍ମଗ୍ରହଣ କରିଥିବା ପତଞ୍ଜଳୀ ପରବର୍ତ୍ତୀ ସମୟରେ କାଶୀରେ ଅବସ୍ଥାନ କରିଥିଲେ। ପତଞ୍ଜଳୀ ଉପରେ କାଶୀ ବାସୀଙ୍କ ଏତେ ବିଶ୍ୱାସ ରହିଥିଲା ଯେ ସେମାନେ ତାଙ୍କୁ ମନୁଷ୍ୟ ପରିବର୍ତ୍ତେ ଶେଶନାଗର ଅବତାର ଭାବରେ ପରିଗଣିତ କରିଥିଲେ।
ପାନିନୀଙ୍କ ଜଣେ ଶିଷ୍ୟ ଭାବରେ ଆରମ୍ଭ-
ମହର୍ଷି ପତଞ୍ଜଳୀଙ୍କ ନାମ ଆସିବା ମାତ୍ରେ ପାନିନୀଙ୍କ କଥା ଉଠିଥାଏ। କିଛି ପଣ୍ଡିତଙ୍କ ଅନୁଯାୟୀ, ପତଞ୍ଜଳୀ କାଶୀରେ ପାନିନୀଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ତାଙ୍କ ଶିଷ୍ୟ ହୋଇଥିଲେ।
ଯୋଗକୁ ସହଜ ବନାଇବାର ଶ୍ରେୟ ପତଞ୍ଜଳୀଙ୍କୁ ଦିଆଯାଇଛି
ଲୋକକଥା ଅନୁଯାୟୀ, ପତଞ୍ଜଳୀଙ୍କ ପୂର୍ବରୁ ମଧ୍ୟ ଯୋଗ ଥିଲା କିନ୍ତୁ ସେ ଏହାକୁ ଧର୍ମ ଏବଂ ଅନ୍ଧବିଶ୍ୱାସରୁ ବାହାର କରିଥିଲେ। ସେ ଯୋଗକୁ ଧ୍ୟାନ ସହ ମଧ୍ୟ ଯୋଡିଥିଲେ, ଯାହା ଫଳରେ ଶରୀର ସହ ମାନସିକ ଶକ୍ତି ମଧ୍ୟ ବଢିପାରିବ। ସେ ଯୋଗ ସୁତ୍ର ଲେଖିଥିଲେ ଯେଉଁଥିରେ ମୋଟ୍ ୧୯୬ ଯୋଗ ମୁଦ୍ରାର ଉଲ୍ଲେଖ କରାଯାଇଥିଲା।
ପତଞ୍ଜଳୀ ଯୋଗକୁ ଲୋକପ୍ରିୟ କରିପାରିଥିଲେ
ସେ ସମୟରେ ତାଙ୍କ ଲେଖାଗୁଡ଼ିକ ଭାରତୀୟ ଭାଷା ତଥା ବିଦେଶୀ ଭାଷାରେ ଅନୁବାଦ ହେବା ଆରମ୍ଭ କରିଥିଲା। ଏହା ଏଭଳି ପ୍ରଥମ ଭାରତୀୟ ଗ୍ରନ୍ଥ ଥିଲା ଯାହା ବୋଧହୁଏ ଅନ୍ୟ ଦେଶରେ ଅନୁବାଦ ହୋଇଥିଲା। ଏକଦା ଲୋକପ୍ରିୟ ହେବା ପରେ ଯୋଗ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା ଏବଂ ପ୍ରାୟ ୭୦୦ ବର୍ଷ ଯାଏଁ ଦୂରେଇ ରହିଥିବା କୁହାଯାଏ। ପରେ ଉନବିଂଶ ଶତାବ୍ଦୀରେ ଯୋଗ ଫେରିଥିବା ବେଳେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା।
ଅଷ୍ଟାଙ୍ଗ ଯୋଗ
ଏଥିରେ ୟମ, ନିୟମ, ଆସନା, ପ୍ରାଣାୟାମ, ଧ୍ୟାନ ଏବଂ ସମାଧି ଆଦିରେ ବିଭକ୍ତ କରାଯାଇଥିଲା ଏହିପରି ଭାବରେ ଯୋଗକୁ ଖଣ୍ଡ ଖଣ୍ଡ କରି ଯୋଗର ଗୁରୁ ବୋଲାଉଥିବା ପତଞ୍ଜଳୀ ଏହାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ।