Latest Odisha News

BREAKING NEWS

ପ୍ରଥମ ଥର ପାଇଁ ପରଦାରେ ଏକାଠି ଆସିବେ ଅକ୍ଷୟ ଏବଂ ଅହାନ

ମୁମ୍ବାଇ: ଖୁବ୍‌ ଶୀଘ୍ର ଦର୍ଶକ ଅକ୍ଷୟ କୁମାର ଏବଂ ଅହାନ ଶେଟ୍ଟୀଙ୍କୁ ଏକାଠି ପରଦାରେ ଦେଖିବାର ସୁଯୋଗ ପାଇବେ। ଅହାନ ହେଉଛନ୍ତି ବଲିଉଡ୍‌ ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁଅ। ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଦିଆଡୱାଲା ଏକ ନୂଆ ପ୍ରୋଜେକ୍ଟ ଆଣୁଛନ୍ତି। ଯେଉଁଥିରେ ଉଭୟ ଅକ୍ଷୟ ଏବଂ ଅହାନଙ୍କର ଅଭିନୟର ଜଲ୍‌ୱା ଦେଖିବାକୁ ମିଳିବ।

ତେବେ ଉଭୟ ଅଭିନେତାଙ୍କ ଏକାଠି ହେବା ଖବର ଏବେ ଦର୍ଶକଙ୍କୁ ଆହୁରି ଉତ୍ସାହିତ କରିଛି। ଫିଲ୍ମର କାହାଣୀ ଏବଂ ନାଁ ଏଯାଏ ଘୋଷଣା କରାଯାଇ ନାହିଁ। ଏଥିରେ ଏହି ଦୁଇ ଜଣଙ୍କ ବ୍ୟତୀତ ଆଉ କେଉଁମାନେ ଅଭିନୟ କରିବେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ତେବେ ପ୍ରଥମ ଥର ପାଇଁ ଅକ୍ଷୟ ଏବଂ ଅହାନଙ୍କ ଯୋଡିକୁ ଉପଭୋଗ କରିବେ ଦର୍ଶକ।

Leave A Reply

Your email address will not be published.