Latest Odisha News

BREAKING NEWS

ଆପୋଷ ଆଲୋଚନା ହିଁ ମହାନଦୀ ଜଳ ବିବାଦକୁ ସମାଧାନ କରିପାରିବ : ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ ବୋଲି ବୁଧବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ୍ ସିଂହଦେଓ ଆଶା ପ୍ରକଟ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ସିଂହଦେଓ କହିଛନ୍ତି, “ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ଭିତରେ ଲାଗିରହିଥିବା ବିବାଦକୁ ଆପୋସ ବୁଝାମଣା ଦ୍ୱାରା ସମାଧାନ କରାଯାଇପାରିବ ବୋଲି ମୋର ସମ୍ପୁର୍ଣ୍ଣ ବିଶ୍ୱାସ ରହିଛି । କହିବାକୁ ଗଲେ ଛତିଶଗଡ ଓଡିଶାର ଛୋଟ ଭାଇ ପରି । ଯଦି ୨ ଭାଇ ଏକାଠି ହୋଇ ସମାଧାନ ପାଇଁ ବସିବେ, ତାହେଲେ ଖୁବଶୀଘ୍ର ଏହି ବିବାଦର ସମାଧାନ ହୋଇପାରିବ” ।

ଓଡିଶା ସରକାର ଦ୍ୱାରା ବ୍ୟବହାର କରାଯାଉଥିବା ମହାନଦୀ ପାଣି ସମ୍ପର୍କରେ ଶ୍ରୀଯୁକ୍ତ ସିଂହ କହିଛନ୍ତି, ନଦୀ ପାଣିର ୬୦ ପ୍ରତିଶତ ଭାଗ ବର୍ଷାଦିନେ ସମୁଦ୍ରକୁ ପ୍ରବାହିତ ହୋଇଥାଏ । ଆହୁରି ମଧ୍ୟ “ଏନେଇ ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବା ଆବଶ୍ୟକ ।

ଏହି ସମୟରେ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦରକାର, ଯାହା ଫଳରେ ବର୍ଷା ଋତୁ ବ୍ୟତିତ ଅନ୍ୟ ମାସଗୁଡିକରେ ଏହି ପାଣିର ଉଚିତ୍ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.