Latest Odisha News

BREAKING NEWS

ମହାମାରୀ ସମୟରେ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ; ରିପୋର୍ଟ

ସୋନିପତ୍‌: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣର ହାର ହ୍ରାସ ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଯାଇଛି।

ତେବେ ରିପୋର୍ଟ ଅନୁଯାୟୀ ସାମାଜିକ ଦୂରତା ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ପ୍ରତିକୂଳ ପ୍ରଭାବ ପକାଇପାରେ।

କଲମ୍ବିଆ ୟୁନିଭରସିଟିରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନା ମହାମାରୀ ଆରମ୍ଭରୁ ଉଦାସୀନତା ଏବଂ ଚିନ୍ତାର ବିଶ୍ବ ସ୍ତରରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି।

ସିଙ୍ଗାପୁରର ଡ୍ୟୁକ୍-ଏନ୍ଏସ୍ ମେଡିକାଲ୍ ସ୍କୁଲର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ତିନି ଗୋଷ୍ଠୀ – ମହିଳା, ଯୁବକ ଏବଂ ସ୍ୱଳ୍ପ ସାମାଜିକ ଅର୍ଥନୈତିକ ସ୍ଥିତିର ବ୍ୟକ୍ତି – କୋଭିଡ୍ ସମ୍ବନ୍ଧୀୟ ମାନସିକ ଆଘାତରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି।

ଚାପଗ୍ରସ୍ତ ଏବଂ ଚିନ୍ତା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିପାରେ। ଯାହାଦ୍ୱାରା ବ୍ୟକ୍ତିମାନେ କରୋନାଭାଇରସ୍ ଏବଂ ଅନ୍ୟ ସମସ୍ତ ପ୍ରକାରର ଶାରୀରିକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

Comments are closed.