Latest Odisha News

BREAKING NEWS

ସମୁଦ୍ରରୁ ୧୯ଟି ବିରଳ ମାଛ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ରରୁ ଧରାପଡ଼ିଛନ୍ତି ବିରଳ ମାଛ । ୧୯ ଟି ବିରଳ ତେଲିଆ ବୋରେହି ମାଛରେ ୪ଟି ମାଛର ଓଜନ ୩୦ କିଲୋ ଲେଖାଏଁ ୧୨୦ କିଲୋଥିବା ବେଳେ ଅନ୍ୟ ମାଛ ଗୁଡ଼ିକର ଓଜନ ଗୋଟିକ ୨୦ ରୁ ୨୨ କିଲୋ ରହିଥିଲା। । ଏ ସମସ୍ତ ମାଛକୁ ଜଣେ ବ୍ୟବସାୟୀ ୧୮ ଲକ୍ଷ ୬୫ ହଜାରରେ କ୍ରୟ କରି ପ୍ୟାକିଂ କରି ନେଇଛନ୍ତି ।

ଇଲିସି ମାଛ ଠାରୁ ଦାମିକା ଏହି ମାଛର ଓଜନକୁ ନେଇ ଏହାର ଦର ନିର୍ଦ୍ଧାରିତ କରାଯାଇଥାଏ । ଆଜି ମାଛ ମାରିବାକୁ ଯାଇଥିବା କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡ଼ିଥିଲା । ଜାଲରେ ଏକକାଳୀନ ୯ଟି ତେଲିଆ ବୋରେହି ପଡ଼ିଥିଲେ ।  ବର୍ଷା ଦିନେ ଏହି ମାଛ ସମୁଦ୍ର କୂଳ ଆଡ଼କୁ ଆସୁଥିବା ବେଳେ ‌ଖୁବ କମ ମାଛ ଜାଲରେ ପଡିଥାନ୍ତି । ମାଛକୁ ବାଲିପ୍ଲଟ ମାଛ ବ୍ୟବସାୟ କେନ୍ଦ୍ରକୁ ଆଣି ଏହାକୁ ନିଲାମ ଡକା ଯାଇଥିଲା । ଏ ସମସ୍ତ ମାଛକୁ କଲିକତାର ଉକ୍ତ ବ୍ୟବସାୟୀ ନିଲାମ ଧରିବା ପରେ ତାକୁ କାଟି ପ୍ୟାକିଂ କରି ନେଇଥିବା ଜଣାପଡିଛି।

Leave A Reply

Your email address will not be published.