Latest Odisha News

ଏବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ୍ ୩୦% କମିବ

ଭୁବନେଶ୍ୱର: ଶିକ୍ଷା ଉପରେ ପ୍ରହାର ପକାଇଛି କରୋନା । ସ୍କୁଲ ବନ୍ଦ ରହିଛି । କ୍ଲାସରୁମରେ ପାଠପଢ଼ା ହେଉନି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ସରକାର । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମହାମାରୀ ଯୋଗୁ କ୍ଲାସରୁମରେ ପାଠପଢ଼ା ବନ୍ଦ ରହିଛି । ୨୦୨୧-୨୦୨୨ ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମକୁ ୩୦ ପ୍ରତିଶତ କମାଇ ଦିଆଯାଇଛି ।

ପିଲାଙ୍କ ପାଇଁ କେବେ ଖୋଲିବ ସ୍କୁଲ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନୀତିଗତ ନିଷ୍ପତ୍ତି ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ । ପିଲାଙ୍କ ସୁବିଧା ପାଇଁ ବର୍ତ୍ତମାନ ଅନଲାଇନରେ ୟୁ-ଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ପାଠପଢ଼ା ଚାଲିଛି । ସପ୍ତାହରେ ପାଞ୍ଚ ଦିନ ଏମିତି ଜୁଲାଇ ୭ ତାରିଖ ଯାଏ ଅନଲାଇନ୍ କ୍ଲାସ ଚାଲିବ ।

ତେବେ ୟୁ-ଟ୍ୟୁବ ପାଠପଢ଼ା ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିନି । କ୍ଲାସରୁମରେ ପାଠପଢ଼ା ବନ୍ଦ ରହିଥିବା ବେଳେ ୟୁ-ଟ୍ୟୁବ କ୍ଲାସ ସମସ୍ତଙ୍କ ପାଇଁ ପହଞ୍ଚ ହେଉ ନଥିବାରୁ ସିଲାବସ୍ କମାଇବା ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.