Latest Odisha News

BREAKING NEWS

ଆଇସିୟୁରେ ରୋଗୀଙ୍କ ଆଖିକୁ କାମୁଡ଼ିଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇ ନ ଥିଲା। ପରେ ଆଖିରେ ବ୍ୟାଣ୍ଡେଜ ଓ ରକ୍ତ ଚିହ୍ନ ଦେଖି ରୋଗୀଙ୍କ ଭଉଣୀ ଯଶୋଦା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ତାଙ୍କ ଭାଇକୁ ମୂଷା କାମୁଡ଼ିଥିବା ଜାଣିବାକୁ ପାଇଥିଲେ। ଆଇସିୟୁ ଭଳି ସ୍ଥାନରେ ମୂଷା ପ୍ରବେଶ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଆଖିରେ କୌଣସି ଆଘାତ ଲାଗିନାହିଁ ତେଣୁ ଡରିବାର ଆବଶ୍ୟକତା ନାହିଁ। ଏ ଘଟଣା ପଦାକୁ ଆସିବା ପରେ ବମ୍ବେ ମେୟର ଏହାକୁ ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାରୁ ମୂଷାବଂଶ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.