ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇ ନ ଥିଲା। ପରେ ଆଖିରେ ବ୍ୟାଣ୍ଡେଜ ଓ ରକ୍ତ ଚିହ୍ନ ଦେଖି ରୋଗୀଙ୍କ ଭଉଣୀ ଯଶୋଦା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ତାଙ୍କ ଭାଇକୁ ମୂଷା କାମୁଡ଼ିଥିବା ଜାଣିବାକୁ ପାଇଥିଲେ। ଆଇସିୟୁ ଭଳି ସ୍ଥାନରେ ମୂଷା ପ୍ରବେଶ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଆଖିରେ କୌଣସି ଆଘାତ ଲାଗିନାହିଁ ତେଣୁ ଡରିବାର ଆବଶ୍ୟକତା ନାହିଁ। ଏ ଘଟଣା ପଦାକୁ ଆସିବା ପରେ ବମ୍ବେ ମେୟର ଏହାକୁ ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାରୁ ମୂଷାବଂଶ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
BREAKING NEWS
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
Comments are closed.