Latest Odisha News

BREAKING NEWS

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ ଧମକ ଚମକ୍ ଦେଇଥିବା ଘଟଣା ବି ସାମ୍ନାକୁ ଆସିବା ପରେ ଏହି ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଜାତୀୟ ରାଜପଥ ଗୋପ ଛକ ନିକଟରେ ରହିଥିଲା ଏହି ଜମି। ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ପ୍ରରୋଚନାରେ ଜମି ଜବରଦଖଲ କରିଥିଲେ ଦୁଇ ସହଯୋଗୀ । ଗିରଫ ଦୁଇ ଜଣ ଟିଟୋର ଦୁଇ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏନେଇ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ମାମଲା ଆଧାରରେ ଦୁଇ ଜଣଙ୍କୁ ଗିରଫ କରିବା ସହ SDJMଙ୍କ କୋର୍ଟରେ ପାପା ଓ ସଦ୍ଦାମକୁ ହାଜର କରିଥିଲା ପୋଲିସ।

ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ପୂର୍ବରୁ ବେଆଇନ୍‌ ଅସ୍ତ୍ରଶସ୍ତ୍ର ମାମଲାରେ ଦୁଇ ଜଣଙ୍କ ସହ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଖସିଯାଇଥିଲେ ଦୁଇ ଭାଇ । ଏନେଇ ପୋଲିସର ଅଧିକ ଖୋଳତାଡ ଚାଲିଛି ।।

Leave A Reply

Your email address will not be published.