Latest Odisha News

BREAKING NEWS

ମାର୍ଚ୍ଚ ୮ରୁ ଅଗ୍ନିଶମ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଲାଗି କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର : ଅଗ୍ନିଶମ ସେବା କର୍ମଚାରୀମାନେ ୪ ଦଫା ଦାବି ନେଇ ମାର୍ଚ୍ଚ ୮ ତାରିଖଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ।

ଏନେଇ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଓଡିଶା ପୋଲିସ ଭଳି ଅଗ୍ନିଶମ କର୍ମଚାରୀଙ୍କୁ ସମାନ ଦରମା ଓ ସମାନ ବେତନ ପ୍ରଦାନ ସହ ଅଗ୍ନିଶମ ବିଭାଗରେ ଠିକା ନିଯୁକ୍ତି ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏଥିସହିତ ଅଗ୍ନିଶମ କର୍ମଚାରୀମାନଙ୍କୁ ସରକାରୀ ପଞ୍ଜିକରଣରେ ସାମିଲ କରିବା ପାଇଁ ମଧ୍ୟ ସଂଘ ଦାବି କରିଛି ।

ରାଜ୍ୟର ପ୍ରାୟ ୩୪୧ ଅଗ୍ନିଶମ କେନ୍ଦ୍ରର ପାଖାପାଖି ୫ ହଜାରରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଅଗ୍ନିଶମ କର୍ମଚାରୀମାନେ ଏହିସବୁ ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସେମାନଙ୍କର ଦାବି ପୂରଣହେଉନଥିବାରୁ ଆସନ୍ତାକାଲି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ।

Leave A Reply

Your email address will not be published.