Latest Odisha News

BREAKING NEWS

ଚୋରି ନବଜାତ ଶିଶୁର ବାପାଙ୍କୁ ପିଟିବା ଅଭିଯୋଗରେ ପୋଲିସ ନିଲମ୍ବିତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରୁ ଚୋରି ହୋଇଥିବା ନବଜାତ ଶିଶୁଙ୍କ ବାପାଙ୍କୁ ମାଡମାରିବା ଘଟଣାରେ ବଲାଙ୍ଗିର ଏସପି କେ. ଶିବ ସୁବ୍ରମଣି ଗୁରୁବାର ଦିନ ପାଟଣାଗଡ ଏଏସଆଇ ଆନନ୍ଦି ମଟାରି ନିଲମ୍ବିତ ହୋଇଛନ୍ତି ।

ତେଲନପାଲ୍ଲି ଗ୍ରାମର ରୁଦ୍ରମଣି ତାଣ୍ଡିଙ୍କ ୪ ଦିନର ଶିଶୁପୁତ୍ର ଚୋରି ଘଟଣାରେ ସେ ବୁଧବାର ଦିନ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ଏନେଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରୁଦ୍ରମଣି ଓ ତାଙ୍କ ପରିବାର ସଦସ୍ୟ ପାଟଣାଗଡ-ବଲାଙ୍ଗିର ରାସ୍ତାକୁ ଅବରୋଧ କରିଥିଲେ । ପରବର୍ତ୍ତୀ ସମୟରେ ପାଟଣାଗଡ ଏଏସଆଇ ଘଟଣାସ୍ଥଳରେ ପହଞ୍ଚି ରୁଦ୍ରମଣିଙ୍କୁ ପିଟିଥିଲେ, ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ବଲାଙ୍ଗିର ଏସପି ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୁଦ୍ରମଣିଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇ କହିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତ କରି ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ, ତେଲନପଲ୍ଲୀ ଅଞ୍ଚଳର ଜଣେ ମହିଳା ରବିବାର ଦିନ ଉକ୍ତ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲରେ ଉଭୟ ମା’ ଓ ନବଜାତକ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ଜଣେ ଅଜଣା ମହିଳା ଆଶାକର୍ମୀ ବେଶରେ ସେମାନଙ୍କ ପାଖକୁ ଯାଇ ଶିଶୁକୁ ଧରିଥିଲେ ଏବଂ ଛୁଆଟି ସୁନ୍ଦର ହୋଇଛି ବୋଲି କହି ଖୁସିରେ ସମ୍ପୃକ୍ତ ମା’ଙ୍କୁ ୧୦୦ଟଙ୍କା ଦେଇଥିଲେ । କିଛି ସମୟ ଯାଏଁ ନବଜାତକକୁ ଧରିବା ପରେ ଅଚାନକ ମହିଳା ଜଣକ ଶିଶୁଟିକୁ ଧରି ଦୌଡି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.