Latest Odisha News

BREAKING NEWS

‘ସ୍ପାଇସ୍ ଜେଟ’ର ଦିଲ୍ଲୀ-ଝାରସୁଗୁଡ଼ା ଉଡ଼ାଣରେ ସୂଚୀ ପରିବର୍ତ୍ତନ

ଭୁବନେଶ୍ୱର : ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ଗୁରୁବାର ଦିନ ନୂଆଦିଲ୍ଲୀରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏଁ ବିମାନ ବନ୍ଦରକୁ ସିଧାସଳଖ ବିମାନ ଉଡାଣ ସୂଚୀରେ ସାମାନ୍ୟ ସଂଶୋଧନ କରିଛି ।

ସଂଶୋଧିତ ସୂଚୀଅନୁଯାୟୀ ଏହା ଦିନ ୧ଟା ୫୦ ମିନିଟରେ ଦିଲ୍ଲୀରୁ ବାହାରିବ ଏବଂ ଅପରାହ୍ନ ୩ଟା ୫୦ ମିନିଟ୍ ବେଳକୁ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବ । ପରବର୍ତ୍ତୀ ସମୟରେ ସେଠାରୁ ୪ଟା ୨୫ ମିନିଟରେ ବାହାରି ସନ୍ଧ୍ୟା ୬ଟା ୨୫ ମିନିଟ୍ ସମୟରେ ନୂଆଦିଲ୍ଲୀରେ ପହଞ୍ଚିବ ।

ସ୍ପାଇସ୍ ଜେଟ ଏୟାରଲାଇନ୍ ଝାରସୁଗୁଡା-ଦିଲ୍ଲୀ ଓ ଦିଲ୍ଲୀ-ଝାରସୁଗୁଡାକୁ ବିମାନ ଉଡାଣ ଲାଗି ପ୍ରତ୍ୟେକ ୩୭୦୧ ଟଙ୍କା ମୂଲ୍ୟ ନିର୍ଦ୍ଧାରିତ କରିଛି ।

ଏହି ନୂଆ ଉଡାଣ ସହିତ ଝାରସୁଗୁଡାର ଯାତ୍ରୀମାନେ ଏବେ ସ୍ପାଇସଜେଟ୍ ଜରିଆରେ ଘରୋଇ ତଥା ଅନ୍ତଜାର୍ତୀୟ ସ୍ତରରେ ବିମାନ ଯାତ୍ରାର ମଜା ଉଠାଇପାରିବେ ।

ଆହୁରି ମଧ୍ୟ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏଁ ବିମାନ ବନ୍ଦର ଓଡିଶାର ୨ୟ ବଡ ବିମାନ ବନ୍ଦର ଭାବେ ପରିଗଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଝାରସୁଗୁଡା ଏକମାତ୍ର ବିମାନବନ୍ଦର ଯେଉଁଠି ଉଭୟ ନାଗରିକ ଓ ବାଣିଜ୍ୟିକ ସଞ୍ଚାଳନ ସମ୍ଭବ ହେବ ।

Leave A Reply

Your email address will not be published.