Latest Odisha News

BREAKING NEWS

ପୁଣି ଫେରୁଛନ୍ତି ଓଲିଉଡର ଚର୍ଚ୍ଚିତ ରାଜା-ଟ୍ୱିଙ୍କିଲ୍ ଯୋଡ଼ି…

ଭୁବନେଶ୍ୱର: କିଛି ବର୍ଷ ପୂର୍ବରୁ ସୁପର୍ ହିଟ୍ ‘ଧନରେ ରଖିବୁ ଶପଥ ମୋର’ ଓଡ଼ିଆ ସିନେମା ଓଲିଉଡରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପରେ ଚଳଚିତ୍ର ଜଗତରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିବା ସଫଳ ଯୋଡ଼ି ସୁପରଷ୍ଟାର୍ ରାଜା (ପ୍ରଭାସ ଷଡ଼ଙ୍ଗୀ) ଏବଂ ଚୁଲବୁଲୀ ନାୟିକା ଟ୍ୱିଙ୍କିଲ୍ ପୁଣି ଓଲିଉଡକୁ ଫେରୁଛନ୍ତି । ଏହି ଦୁଇ ସଫଳ ଯୋଡ଼ିଙ୍କ ଓଲିଉଡକୁ ଫେରିବା ଫେରିବା ନେଇ ସେମାନଙ୍କ ଅଗଣିତ ଫ୍ୟାନ୍ ମହଲରେ ଏବେ ଖୁସିର ଲହରୀ ଖେଳିଯାଇଛି । ସଫଳ ଯୋଡ଼ି ରାଜା-ଟ୍ୱିଙ୍କିଲ୍ ଅଭିନିତ ଫିଲ୍ମ ରିଲିଜ୍ ହେବାକୁ ଥିବାର ଜାଣି ଏବେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ନିର୍ଦ୍ଦେଶକ ପ୍ରିୟବ୍ରତ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍’ର ଇତିମଧ୍ୟରେ ଶୁଭ ମହୁରତ୍ ସମାପ୍ତ ହେବା ସହିତ ଏହି ଫିଲ୍ମର ପ୍ରମୋଶନାଲ୍ ଅଡ଼ିଓ ରିଲିଜ୍ ହୋଇଛି । ଏହି ଅଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ସହିତ ରାଜା-ଟ୍ୱିଙ୍କିଲଙ୍କ ଯୋଡ଼ି ଆସୁଥିବା ନେଇ ଉଭୟଙ୍କ ଫ୍ୟାନ ମହଲରେ ବେଶ୍ ଉତ୍ସୁକତା ବୃଦ୍ଧି ପାଇଛି ।

ସବୁଠାରୁ ବଡ଼ କଥା ହେଲା, କିଛି ବର୍ଷ ପୂର୍ବରୁ ରାଜା-ଟ୍ୱିଙ୍କିଲ ଯୋଡ଼ିଙ୍କ କେବଳ ଫିଲ୍ମ ନୁହେଁ ଅନେକ ଗୁଡ଼ିଏ  ଟିିଭି ପ୍ରୋଜେକ୍ଟ ମଧ୍ୟ ହିଟ୍ ହୋଇଥିଲା । ସେହି ସମୟରେ ଓଲିଉଡ୍ ପ୍ରଯୋଜକମାନେ ଏହି ଯୋଡ଼ିଙ୍କୁ ନେଇ ନୂଆ ଫିଲ୍ମ କରିବାକୁ ଏକରକ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ ।

ଓଲିଓଡ ଷ୍ଟାର୍ ରାଜାଙ୍କର ପୂର୍ବରୁ ଅନେକଗୁଡ଼ିଏ ଫିଲ୍ମ ବଡ଼ ପରଦାରେ ବେଶ୍ ସଫଳତା ହାସଲ କରିପାରିଛି । ସେହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ସାକ୍ଷୀ ରହିଲା ଏ ସିଂହ ଦୁଆର, ଲାଲ୍ ଟୁକୁ ଟୁକୁ ସାଧବ ବୋହୁ, ବଧୁ ନୁହେଁ ମୁଁ ବନ୍ଧୁ ଏବଂ ‘ଧନରେ ରଖିବୁ ଶପଥ ମୋର’ ପରି ଓଡ଼ିଆ ସିନେମା । ରାଜାଙ୍କ ଅଭିନୀତ ଏହି ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକ ସେହି ସମୟରେ ଓଲିଉଡରେ ଆଶାତୀତ ଭାବେ ସଫଳତା ହାସଲ କରିପାରିଥିଲା । ‘ଇଭୋକ୍ ପ୍ରଡ଼କ୍ସନ’ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍’ ରେ ନାୟକ ରାଜା (ପ୍ରଭାସ ଷଡ଼ଙ୍ଗୀ) ଓ ନାୟିକା ଟ୍ୱିଙ୍କିଲ୍ ମିଶ୍ରଙ୍କ ବ୍ୟତୀତ ପ୍ରିୟ, ଗୁରୁନାଥ ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି ।

ଏହାର ନିର୍ଦ୍ଦେଶନା, ସଙ୍ଗୀତ ପ୍ରିୟବ୍ରତ ସାହୁ ଦେଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ଅନନ୍ୟା ଶ୍ରୀତମ ନନ୍ଦ ‘ଦିଲ୍’ ସିନେମାରେ କଣ୍ଠଦାନ କରିଛନ୍ତି ।

ପ୍ରିୟବ୍ରତ ସିନେମାଟିର କାହାଣୀ, ସଂଳାପ, ସଙ୍ଗୀତ ଏବଂ ଗୀତ ରଚନା ମଧ୍ୟ ନିଜେ କରିଛନ୍ତି ।

ୟୁଟ୍ୟୁବରେ ପ୍ରଥମ ଓଡ଼ିଆ ସର୍ଟ ଫିଲ୍ମ ଭାବେ ‘ଦିଲ’ ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଥିବାର ସୂଚନା ମିଳିଛି । ନିକଟରେ ୟୁଟ୍ୟୁବରେ ଏହି ସର୍ଟ ଫିଲ୍ମର ପ୍ରମୋଶନାଲ୍ ଅଡ଼ିଓ ରିଲିଜ୍ ହେବା ଅବସରରେ ଫିଲ୍ମର ନିର୍ଦ୍ଦେଶକ ପ୍ରିୟବ୍ରତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ଅଧଘଣ୍ଟାର ସର୍ଟ ଫିଲ୍ମଟି ଦର୍ଶକମାନଙ୍କୁ ଅଢେଇ ଘଣ୍ଟାର ଆତ୍ମତୃପ୍ତି ଦେଇପାରିବ ।” ପ୍ରିୟଙ୍କ ମତରେ ଏହି ଫିଲ୍ମଟିରେ ରହିଛି ନିଚ୍ଛକ ପ୍ରେମ କାହାଣୀ । ଅହଂକାର ଓ ପ୍ରେମର ବଳିଷ୍ଠ ରଚନାକୁ ନେଇ ହିଁ ଫିଲ୍ମଟି ନିର୍ମିତ ହୋଇଛି । ଏହି ସିନେମାରେ ଅଭିନେତା ରାଜାଙ୍କ ଡ଼ାଏଲଗ ଏବେ ସୋସିଆଲ୍ ମିଡ଼ିଆର ଫ୍ୟାନ ମହଲରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛି, ସତରେ ମଜ୍ଜା ଆସିଗଲା… ।

Leave A Reply

Your email address will not be published.